ଭାରତରୁ ଆସାମକୁ ଅଲଗା କରିଦେବାକୁ ବିବାଦୀୟ ବୟାନ


ନୂଆଦିଲ୍ଲୀ, ୨୫/୧  : ସାଧାରଣତଃ ସ୍କୁଲ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଦ୍ୟା ଦାନ ସହିତ ମଣିଷ ଢ଼ିବାର ପ୍ରୟୋଗଶାଳା ବୋଲି ବିବେଚନା କରାଯାଇଥାଏ । ଏଠାରୁ ପାଠପଢ଼ି, ଭଲ ଚିନ୍ତାଧାରା ବହନ କରି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ଜଣେ ଦକ୍ଷ ଆଇଏଏସ୍‌, ଆଇପିଏସ୍‌, ଡାକ୍ତର, ଇଂଜିନିୟର, ଗବେଷକ, ବୈଜ୍ଞାନିକ ଓ ଅଧ୍ୟାପକ ସାଜି ଦେଶର ବିକାଶକୁ ଆଗକୁ ବାଟ କଢ଼ାଇ ନେଇଥାନ୍ତି । କିନ୍ତୁ ଦିଲ୍ଲୀରେ ରହିଥିବା ଜବାହରଲାଲ ନେହରୁ ୟୁନିଭର୍ସିଟି ମୂଳରୁ ହିଁ ବାମପନ୍ଥୀ ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତି, ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ୱାରା କବଳିତ । ଏଠାରେ ପଢୁଥିବା ଅଧିକାଂଶ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲାବେଳେ ସେମାନଙ୍କୁ ଭାରତ ବର୍ଷ ଭଲ ଲାଗେନି, କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତି ବିରୋଧାସ୍ପଦ ଲାଗେ ଓ ସେମାନେ କେବଳ ଭାରତ ବିରୋଧରେ ସର୍ବଦା ବିଷ ଓଗାଳିଥାନ୍ତି । ଏବେ ଜେଏନ୍‌ୟୁର ଛାତ୍ରଛାତ୍ରୀମାନଙ୍କୁ ବିରୋଧୀ କଂଗ୍ରେସ, ଆପ୍‌ର ନେତାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଏଭଳି ବିଭ୍ରାନ୍ତକର ଇଲମ ଦେଇଛନ୍ତି ଯେ ସେମାନେ ସିଏଏ ନାଁ ଶୁଣିଲେ ଚିହିଙ୍କି ଉଠୁଛନ୍ତି । ଗତ କିଛି ଦିନ ତଳେ ଜେଏନ୍‌ୟୁରେ ସିଏଏ ବିରୋଧରେ ହଙ୍ଗାମା ଆରମ୍ଭ ହୋଇଥିଲାବେଳେ ଛାତ୍ରନେତା କହ୍ନେୟା କୁମାର ସେଠାରେ ବଲିଉଡ ଅଭିନେତ୍ରୀ ଦିପୀକା ପାଦୁକୋନଙ୍କ ସହିତ ଛିଡ଼ା ହୋଇ ଭାରତ ବିରୋଧୀ ବୟାନବାଜୀ କରିବା ସହ ପରୋକ୍ଷରେ ପାକିସ୍ତାନକୁ ସମର୍ଥନ କରି ‘ଜିନ୍ନା ବାଲି ଆଜାଦୀ’ର ଓକିଲାତି କରିଥିଲେ । ଏବେ ଆଉ ଜଣେ ବାମପନ୍ଥୀ ଚିନ୍ତାଧାରାର ଛାତ୍ର ଶରଜିଲ ଇନାମ ଶେଷ ଭାରତରୁ ଆସାମକୁ ଅଲଗା କରିଦେବାକୁ ଛାତ୍ରସମାଜକୁଆହ୍ୱାନ ଦେଇ ବିବାଦୀୟ ହୋଇପଡ଼ିଛନ୍ତି । ଦିଲ୍ଲୀର ଶାହିନବାଗ ଠାରେ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନର ମୁଖ୍ୟ ଆୟୋଜକ ବୋଲାଉଥିବା ଶରଜିଲ କହିଛି ଯେ, ଆସାମକୁ ଅବିଶିଷ୍ଟ ଭାରତରୁ ଅଲଗା କରିଦେବା ଉଚିତ । ଭାଇରାଲ ହୋଇଥିବା ଶରଜିଲର ଭିଡିଓରେ ସେ ସିଏଏକୁ ବିରୋଧ କରି କହିଛି ଯେ, ଯଦି ଅଣମୁସଲମାନଙ୍କ ଆମ ପ୍ରତି ସହାନୁଭୂତି ଅଛି ତା’ହେଲେ ଆମ ସାଥୀରେ ଚାଲିଥିବା ଆନ୍ଦୋଳନରେ ଠିଆ ହୁଅନ୍ତୁ । ଯଦି ଆମ ସର୍ତ୍ତରେ ସେମାନେ ରାଜି ହୋଇପାରିବେ ନାହିଁ ତା’ହେଲେ ସେମାନେ ଆମର ହିତୈଷୀ ନୁହଁନ୍ତି । ଆସାମକୁ ଅବଶିଷ୍ଟ ଭାରତରୁ କାଟିଦେବା ଆମର ଦାୟିତ୍ୱ । ନିକଟରେ ବିହାରରେସିଏ ବିରୋଧରେ ବହୁତଗୁଡ଼ିଏ ର‌୍ୟାଲି ହୋଇସାରିଲାଣି । ଛାତ୍ରନେତା କହ୍ନୈୟା କୁମାରଙ୍କ ନେତୃତ୍ୱରେ ସିଏଏ ବିରୋଧରେ ୫ ଲକ୍ଷ ଲୋକ ପ୍ରଦର୍ଶନ କରିଥିଲେ । ଯଦି ଏହି ୫ ଲକ୍ଷ ଲୋକ ଆମ ସହିତ ଯୋଗ ଦିଅନ୍ତି ତା’ହେଲେ ଆମେ ଆସାମକୁ ସବୁଦିନ ପାଇଁ ଭାରତରକୁ ଅଲଗା କରିଦେବୁ । ଯଦିଓ ବି ସବୁଦିନ ପାଇଁ ନୁହେଁ ତଥାପି ଅତି କମ୍‌ରେ ୧ ମାସ ପର୍ଯ୍ୟନ୍ତ ଆସାମକୁ ଭାରତ ଠାରୁ ବିଚ୍ଛିନ୍ନ କରିଦେବୁ । ଆସାମର ସଡ଼କପଥ, ରେଳପଥକୁ ଏଭଳି ଭାବେ ଅବରୋଧ କରିରଖିବୁ ଯେ ସେଠାକୁ କେନ୍ଦ୍ର ସୁରକ୍ଷା ବାହିନୀ ବା ସେନାବାହିନୀ ପହଞ୍ôଚପାରିବେ ନାହିଁ । ସେପଟେ ଜେଏନ୍‌ୟୁ ଛାତ୍ର ଶେରଜିଲ ଇନାମର ଏହି ବିବାଦୀୟ ଭାଷଣ ପରେ ତା’ ବିରୋଧରେ ଆସାମ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଛି । ତା’ ବିରୁଦ୍ଧରେ ଆଇପିସି ଏବଂ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନ୍‌ଏସ୍‌ଏ) ଅନ୍ତର୍ଗତ କ୍ରାଇମ୍‌ବ୍ରାଞ୍ଚ ମାମଲା ରୁଜୁକରିଛି । ଅନ୍ୟପଟେ ଜେଏନ୍‌ୟୁ ଛାତ୍ର ଶରଜିଲର ଏଭଳି ଉସ୍‌କାଇବା ଭଳି ଭାଷଣବାଜି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ ଦେଶଦ୍ରୋହୀ ବୋଲି ବିହାରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଭର୍ତ୍ସନା କରିଛନ୍ତି । ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ମାଟିରେ ସମସ୍ତ ଭାରତୀୟଙ୍କ ରକ୍ତ ମିଶିଛି । ଏହା କାହାରି ଜଣକଙ୍କର ଦେଶ ନୁହେଁ । କିନ୍ତୁ ଶରଜିଲ ଭଳି ଦେଶଦ୍ରୋହୀମାନଙ୍କ କଥା ଶୁଣିବା ପରେ ସେମାନଙ୍କ ଭଳି ଦେଶଦ୍ରୋହୀଙ୍କ ରକ୍ତ ଯେ ଭାରତ ମାଟିରେ ମିଶିଥିବ ତାହା ମୁଁ ଭାବୁନାହିଁ ।

Comments