ଏବିଭିପି ପକ୍ଷରୁ ଛାତ୍ର ସମ୍ମିଳନୀ


ବାଲେଶ୍ୱର: ମହାନ ଜନନାୟକ ତଥା କ୍ରାନ୍ତିକାରୀ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲେଶ୍ୱର ଶାଖା ପକ୍ଷରୁ ବିଶାଳ ଛାତ୍ର ସମ୍ମିଳନୀ ସ୍ଥାନୀୟ ହଟେଲ ହରିପ୍ଲାଜା ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ନିଜର ଜ୍ଞାନ ଓ ଉତ୍ତମ ଚରିତ୍ରକୁ ରାଷ୍ଟ୍ର ହିତରେ ବିନିଯୋଗ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏବିଭିପିର ବାଲେଶ୍ୱର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଓ ସଂହତି ରକ୍ଷା ଦିଗରେ ସର୍ବଦା କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏବିଭିପି ବାଲେଶ୍ୱର ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର ଏହି ସମ୍ମିଳନୀରେ ସଂଯୋଜନା କରିଥିବା ବେଳେ ସଂଗଠନର ନଗର ସଭାପତି ଅଧ୍ୟାପକ ବଳଭଦ୍ର ଜେନା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୌଭାଗ୍ୟ ମହାନ୍ତି, ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ କଲେଜରୁ ବହୁ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Comments