ନେତାଜୀ ଓ ବୀର ସୁରେନ୍ଦ୍ରସାଏ ଜୟନ୍ତୀ ପାଳିତ


ଚମ୍ପୁଆ  : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପ୍ରଧାନାଚାର୍ଯ୍ୟ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ୧୨୪ତମ ନେତାଜୀ ଜୟନ୍ତୀ ଓ ୨୧୨ତମ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ବିଦ୍ୟାଳୟ ନୂତନ ବୌଦ୍ଧିକ ମଣ୍ଡପରେ ପାଳିତ ହୋଇଯାଇଛି । ସହପ୍ରଧାନାଚାର୍ଯ୍ୟ ବ୍ରଜ କଶୋର ମହାନ୍ତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ସଂସ୍କୃତ ପଣ୍ଡିତ ଶ୍ରୀ କପିଳେନ୍ଦ୍ର ସାମନ୍ତରାୟ ଯୋଗଦେଇ ଭାରତର ସ୍ୱାଭିମାନ ଓ ନିର୍ଭିକତା ସ୍ୱାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ସେହିପରି ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ବସନ୍ତ କୁମାର ମହାନ୍ତ ବୀରସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ସଂଗ୍ରାମରେ ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ସହପ୍ରଧାନାଚାର୍ଯ୍ୟ ବ୍ରଜ କିଶୋର ମହାନ୍ତ ନେତାଜୀଙ୍କ କେତେକ ବାଲ୍ୟଜୀବନର ବିଶେଷ ସ୍ମୃତିକୁ ଉପସ୍ଥାପନ କରିଥିଲେ । ଆଚାର୍ଯ୍ୟ ରବିନ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଭାସ୍କର ଚନ୍ଦ୍ର ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ସରୋଜ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କାମନା କରିଥିଲେ ।

Comments