ରୋମାଞ୍ଚକର ସୁପର ଓଭରରେ ଜିତିଲା ଭାରତ


ହାମିଲଟନ୍‌,୨୯ା୧: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଅ । ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି । ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ରୋହିତ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି । ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଅ ।ଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲାୟ ଜବାବରେ ଭାରତକୁ ଶେଷ ଦୁଇ ବଲରେ ୧୦ ରନ୍ ଅ ।ବଶ୍ୟକ ହେଉଥିବା ବେଳେ ରୋହିତ ବିପକ୍ଷ ଦଳର ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ । ଏହି ବିଜୟ ସହ ଭାରତ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଲାଗି ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି । ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ସମାନ କରିଥିଲା । ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ବ୍ୟାଟିଂ କରି ୯୫ (୪୮ ବଲ୍‌, ୮ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇ ପାରିନଥିଲେ । ସୁପର୍ ଓଭରରେ ଭାରତକୁ ଜିତାଇଥିବା ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଉକ୍ତ ମ୍ୟାଚରେ କିୱି ଟିମ୍ କ୍ୟାପଟେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅ ।ମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ରୋହିତ ଶର୍ମା ଓ ଇନଫର୍ମ ଲୋକେଶ ରାହୁଲ ଜବରଦସ୍ତ ଅ ।ରମ୍ଭ ଦେଇଥିଲେ । ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ରୋହିତଙ୍କ ବ୍ୟାଟ୍ ଅ ।ଜି ଖୁବ୍ ଚାଲିଥିଲା । ସେ ହାମିଶ ବେନେଟ୍ଟଙ୍କ ଗୋଟିଏ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ରାହୁଲ୍ ଓ ରୋହିତ ପ୍ରଥମ ୱିକେଟ୍ ପାଇଁ ୯ ଓଭରରେ ୮୯ ରନ୍ ଯୋଡ଼ିଥିଲେ । ତେବେ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲା । ରାହୁଲ୍ ୨୭ (୧୯ ବଲ୍‌, ୨ ଚୌକା, ୧ ଛକା) ରନ୍ କରି କଲିନ୍ ଡି\'ଗ୍ରାଣ୍ଡହୋମଙ୍କ ଶିକାର ହୋଇଥିବା ବେଳେ ରୋହିତଙ୍କ ଧୂଅ ।ଁଧାର ଇନିଂସରେ ବ୍ରେକ୍ ଲଗାଇଥିଲେ ବେନେଟ୍ଟୟ ରୋହିତ ୪୦ ବଲରେ ୬ ଚୌକା ଓ ୩ ଛକା ସହ ୬୫ ରନ୍ କରିଥିଲେ । ଶିବମ୍ ଦୁବେ (୩) ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଅ ।ସିଥିଲେ ହେଁ, ସେଭଳି କିଛି କମାଲ୍ କରିପାରିନଥିଲେ । ୨ ଓଭର୍ ଭିତରେ ୩ ୱିକେଟ୍ ହରାଇ ଭାରତ ଚାପରେ ପଡ଼ିଥିଲା ବେଳେ କ୍ୟାପଟେନ୍ ବିରାଟ୍ କୋହଲି (୩୮) ଓ ଶ୍ରେୟସ ଅ ।ୟର୍ (୧୭) ସ୍ଥିତି ସୁଧାରିଥିଲେ ଏବଂ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ । ପରେ ମନିଷ ପାଣ୍ଡେ୍ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ରନ୍ କରି ଭାରତକୁ ୧୭୯ ରନରେ ପହଞ୍ଚାଇଥିଲେ । ମନିଷ ୬ ବଲରେ ୧ ଚୌକା ଓ ୧ ଛକା ସହ ୧୪ ଓ ଜାଡେଜା ୧ ଛକା ସହ ୧୦ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବେନେଟ୍ଟ ୩ଟି, ମିଚେଲ୍ ସାଣ୍ଟନର୍ ଓ ଇଶ ସୋଢୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । ୧୮୦ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ଭଲ ଶୁଭାରମ୍ଭ କରିଥିଲେ ।କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଗପ୍ଟିଲ୍ ୨୧ ବଲରେ ୨ ଚୌକା ଓ ୩ ଛକା ସହ ୩୧ ରନ୍ ଏବଂ ମୁନରୋ ୧୪ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ । ସିରିଜରେ ପ୍ରଥମଥର ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଅ ।ସିଥିବା ସାଣ୍ଟନର୍ (୯) ଦୁଇଅଙ୍କ ଛୁଇଁପାରିନଥିଲେ ଏବଂ ତାଙ୍କୁ ୟୁଜବେନ୍ଦ୍ର ଚହଲ୍ କ୍ଲିନ୍ ବୋଲ୍ଡ କରିଥିଲେ । ତେବେ କ୍ୟାପଟେନ୍ ୱିଲିୟମସନ୍ ଗୋଟିଏ ପଟେ ଦ୍ରୁତ ରନ୍ କରି ଟିମକୁ ବିଜୟ ଅଭିମୁଖେ ନେଇଥିଲେ । ସେ କଲିନ୍ ଡି\'ଗ୍ରାଣ୍ଡହୋମ୍ (୫)ଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୪୯ ଏବଂ ରସ୍ ଟେଲରଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ । ତେବେ ଶେଷ ଓଭରରେ ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ ଏବଂ ମ୍ୟାଚକୁ ଟାଇରେ ଶେଷ କରିଥିଲେ । ଅନ୍ତିମ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୯ ରନ୍ ଅ ।ବଶ୍ୟକ ହେଉଥିବା ବେଳେ ଶାମି ପ୍ରଥମ ବଲରେ ଛକା ଖାଇଥିଲେ । କିନ୍ତୁ ପରବର୍ତ୍ତୀ ୫ ବଲରେ ଶାମି ମାତ୍ର ୨ ରନ୍ ଦେଇ ମୁକାବିଲାକୁ ଟାଇ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ ଶାମି ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

Comments