ୱେଲିଂଟନ୍,୩୧ା୧: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳ । ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍ । ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଅ ।ଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଇନଫର୍ମ ରାହୁଲ ପ୍ରଥମ ଦୁଇ ବଲରେ ଛକା ଓ ଚୌକା ସହ ୧୦ ରନ୍ କରିବା ପରେ ପରବର୍ତ୍ତୀ ବଲରେ ଅ ।ଉଟ୍ ହୋଇଥିଲେ । ତେବେ ପରବର୍ତ୍ତୀ ଦୁଇ ବଲରେ କୋହଲି ୨ ଓ ୪ ରନ୍ କରି ଭାରତକୁ ୫ ବଲରେ ବିଜୟୀ କରାଇଛନ୍ତି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା ବେଳେ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୭ ୱିକେଟ୍ ହରାଇ ସମାନ ସ୍କୋର କରି ମ୍ୟାଚ୍ ଟାଇ କରିଥିଲା । ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଶେଷ ଓଭର ପୁଣି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଅନ୍ତିମ ଓଭରରେ ଦଳକୁ ୭ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରି ମାତ୍ର ୬ ରନ୍ ଦେଇ ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ଅ ।ଣିଥିଲେ । ଶେଷ ଓଭରରେ ଘରୋଇ ଦଳ ୪ ୱିକେଟ୍ ହରାଇଥିଲା । ନ୍ୟୁଜିଲ୍ୟାଣ୍ଡ୍ ଟିମର ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନ୍ ଅ ।ହତ କାରଣରୁ ମ୍ୟାଚରୁ ବାଦ୍ ପଡ଼ିଥିବା ବେଳେ ଟିମ୍ ସାଉଦୀ ଟସ୍ ପକାଇଥିଲେ । ଟସ୍ ଜିତି ସାଉଦୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିେ । ଭାରତୀୟ ଦଳ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲା । ରୋହିତ ଶର୍ମା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମସନ୍, ନଭଦୀପ ସାଇନି ଏବଂ ୱାଶିଂଟନ୍ ସୁନ୍ଦର ସୁଯୋଗ ପାଇଥିଲେ । ରାହୁଲଙ୍କ ସହ ଓପନ୍ କରିବାକୁ ଅ ।ସିଥିବା ସାମସନ୍ ସୁଯୋଗର ଫାଇଦା ଉଠାଇପାରିନଥିଲେ । ସାମସନ୍ (୮) ଛକା ମାରିବାର ଗୋଟିଏ ବଲ୍ ପରେ ଅ ।ଉ ଏକ ବଡ଼ ଖେଳିବା ପ୍ରୟାସରେ ସ୍କଟ୍ କୁଗଲେଇନଙ୍କ ବଲରେ ଆଉଟ୍ ହୋଇଥିଲେ । କ୍ୟାପଟେନ୍ ବିରାଟ୍ କୋହଲି (୧୪) ଘରୋଇ ପେସ୍ ବୋଲର ହାମିଶ୍ ବେନେଟ୍ଟଙ୍କୁ ଲଗାତାର ଦୁଇଟି ଚୌକା ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ । ଟପ୍ ଫର୍ମରେ ଥିବା ଶ୍ରେୟସ ଅ ।ୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଶିବମ ଦୁବେ ପୁଣିଥରେ ବ୍ୟାଟରେ କୌଣସି କମାଲ୍ କରିପାରିନଥିଲେ ଏବଂ ବ୍ୟକ୍ତିଗତ ୧୨ ରନ୍ କରି ଇଶ ସୋଢୀଙ୍କ ଶିକାର ହୋଇଥିଲେ । ରାହୁଲ୍ ନିଜର ଜବରଦସ୍ତ ଫର୍ମ ବଜାୟ ଅ ।ଉ ଏକ ବଡ଼ ଇନିଂସ୍ ଅଭିମୁଖେ ଅଗ୍ରସର ହେଉଥିଲା, କିନ୍ତୁ ସୋଢୀଙ୍କ ବଲରେ ଛକା ମାରିବା ପ୍ରୟାସରେ ସେ ବାଉଣ୍ଡ୍ରୀରେ ମିଚେଲ୍ ସାଣ୍ଟନରଙ୍କ ଦ୍ୱାରା ଧରା ପଡ଼ିଥିଲେୟ ଅ ।ଉଟ୍ ହେବା ପରେ ପୂର୍ବରୁ ସେ ୩୯ (୨୬ ବଲ୍, ୩ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ । ସୁନ୍ଦର ଖାତା ଖୋଲିବା ପୂର୍ବରୁ ନିଜ ୱିକେଟ୍ ହରାଇ ବସିଥିଲେ । ୮୮ ରନରେ ୬ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିବା ବେଳେ ମନିଷ ପାଣ୍ଡେ ଓ ଶାର୍ଦ୍ଦୁଲ ଠାକୁର (୨୦) ସପ୍ତମ ୱିକେଟ୍ ପାଇଁ ୪୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ନିଜ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ମନିଷ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଅର୍ଦ୍ଧଶତକ ହାସଲ କରିଥିେ । ସେ ୩୬ ବଲରେ ୩ ଚୌକା ସହ ୫୦ ରନ୍ କରିଥିଲେ । ତାଙ୍କ ସହ ସାଇନି ୧୧ ରନ୍ କରି ଅପରାଜିତ ଥିଲେ । କିୱି ଟିମ୍ ପକ୍ଷରୁ ସୋଢୀ ୩ଟି ଓ ବେନେଟ୍ଟ ୨ଟି ୱିକେଟ୍ ନେଇଥିଲେ । ୧୬୬ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଅ ।ରମ୍ଭରୁ ଓପନର ମାର୍ଟିନ୍ ଗପ୍ଟିଲ (୪)ଙ୍କ ୱିକେଟ୍ ହରାଇଥିଲା । ଗପ୍ଟିଲଙ୍କୁ ଯଶପ୍ରୀତ ବୁମରା ୱିକେଟକିପର ରାହୁଲଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ । ତେବେ ଖରାପ ଫର୍ମରେ ଥିବା କଲିନ୍ ମୁନରୋ ଓ ଟିମ୍ ସିଫର୍ଟ ଠିକଣା ସମୟରେ ଫର୍ମକୁ ଫେରିଥିଲେ । ମୁନରୋ ଅ ।କର୍ଷଣୀୟ ବ୍ୟାଟିଂ କରି ନିଜର ଏକାଦଶ ଟି-୨୦ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ସିଫର୍ଟଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ର୍ନିଣ୍ଣାୟକ ଭାଗୀଦାରୀ କରିଥିଲା । ଦଳର ସ୍କୋର ୯୬ ଥିବା ବେଳେ ମୁନରୋ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଅ ।ଉଟ୍ ହୋଇଥିଲେ । ସେ ୪୭ ବଲରେ ୬ ଚୌକା ଓ ୩ ଛକା ସହ ୬୪ ରନ୍ କରିଥିଲେ ।ତାଙ୍କ ସ୍ଥାନ ପୂରଣ କରିବାକୁ ଅ ।ସିଥିବା ଟମ୍ ବ୍ରୁସ୍ (୦)ଙ୍କୁ ୟୁଜବେନ୍ଦ୍ର ଚହଲ୍ ବୋଲ୍ଡ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ । କିନ୍ତୁ ସିଫର୍ଟଙ୍କୁ ଭରପୂର ସାଥ୍ ଦେଇଥିଲେ ଅଭିଜ୍ଞ ରସ୍ ଟେଲର୍ୟ ଦୁହେଁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ । କିନ୍ତୁ ଶେଷ ଓଭର ଡ୍ରାମାରେ ପୁଣି ବାଜିମାô କରିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡକୁ ଅନ୍ତିମ ୬ ବଲରେ ୭ ରନ୍ ଅ ।ବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ସିଫର୍ଟ ୫୭ (୩୯ ବଲ୍, ୪ ଚୌକା, ୩ ଛକା) ଓ ଟେଲର୍ ୨୪ ରନ୍ କରି ଅ ।ଉଟ୍ ହୋଇଥିଲେ । ଭାରତର ଶାର୍ଦ୍ଦୁଲ ୨ଟି, ବୁମରା ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

Comments
Post a Comment