ନୂଆଦିଲ୍ଲୀ, ୩୦/୧ : ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଦେଶବିରୋଧୀ ବୟାନବାଜି କରି ଦେଶଦ୍ରୋହ ଅଭିଯୋଗରେ ବିହାରର ଜହାନାବାଦରୁ ଦିଲ୍ଲୀର କ୍ରାଇମ୍ବ୍ରାଞ୍ଚ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜେଏନ୍ୟୁ ଛାତ୍ର ଶରଜିଲ ଇମାମକୁ ଅଦାଲତଙ୍କ ଅନୁମତି ପରେ କ୍ରାଇମ୍ବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚୁରା ଜାରି ରଖିଛି । ସେ ଭାରତକୁ ଇସ୍ଲାମୀୟ ରାଷ୍ଟ୍ର ରୂପେ ଦେଖିବାକୁ ଚାହୁଁଥିଲା ବୋଲି ଗିରଫ ଶରଜିଲ କହିବା ସହ ସୋସିଆଲ ମିଡିଆରେ ଦେଶ ବିରୁଦ୍ଧରେ କହିଥିବା ବୟାନବାଜି ତା’ର ନିଜର ବୋଲି ଶରଜିଲ ସ୍ୱୀକାର ମଧ୍ୟ କରିଛି । ତାକୁ ଜେରା ସମୟରେ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚର ପୁଲିସ ଅଧିକାରୀ ଦେଶ ବିରୋଧରେ ଦେଇଥିବା ଭାଷଣକୁ ନେଇ ଅନୁତପ୍ତ କି ନାହିଁ ବୋଲି ଶରଜିଲକୁ ପଚାରିଥିଲେ । ଉତ୍ତରରେ ସେ ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ସୁସ୍ଥ ଅବସ୍ଥାରେ ଦେଶ ବିରୋଧରେ ଭାଷଣ ଦେଇଛି ଏବଂ ଆଗକୁ ମଧ୍ୟ ଏଭଳି ଭାଷଣ ଦେଉଥିବ ବୋଲି ଶରଜିଲ କହିଥିଲା । ପୁନଶ୍ଚ ତା’ର ସେହି ବିବାଦୀୟ ଭାଷଣର ଭିଡିଓକୁ କେହି ଟ୍ୟାମ୍ପରିଂ କରିଛନ୍ତି କି ବୋଲି ପଚରାଯିବାରୁ ସେ ତାହା ମନା କରିବା ସହ ସେହି ଭିଡିଓରେ ପ୍ରଦର୍ଶିତ ବ୍ୟକ୍ତି ସେ ନିଜେ ବୋଲି ଶରଜିଲ ମାନିଥିଲା । ସେପଟେ ଶରଜିଲକୁ ଗିରଫ କରିବା ପରେ ଦିଲ୍ଲୀର କ୍ରାଇମ୍ବ୍ରାଞ୍ଚ ପଦାଧିକାରୀମାନେ ଏବେ ତା’ର ମୋବାଇଲ୍ ଓ ଲାପଟପକୁ ଖୋଜୁଛନ୍ତି ଯେଉଁଥିରୁ ତାକୁ କିଏ ଏଭଳି ଦେଶ ବିରୋଧୀ ଭାଷଣ ଦେବାକୁ ପ୍ରରୋଚିତ କରୁଥିଲା କି ନାହିଁ ଏବଂ ଏଥିପାଇଁ ତାକୁ କେତେ ଟଙ୍କା କେଉଁମାନେ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ତେବେ ଗିରଫ ହେବା ପୂର୍ବରୁ ଶରଜିଲ ତା’ ଦ୍ୱାରା ବ୍ୟବହୃତ ଉଭୟ ମୋବାଇଲ ଓ ଲ୍ୟାପଟପ୍କୁ ଲୁଚାଇ ଦେଇଥିଲା । ପ୍ରକାଶ୍ୟ ଯେ, ସିଏଏକୁ ବିରୋଧ କରି ଶାହିନବାଗରେ ଦୀର୍ଘ ୬୦ ଦିନରୁ ଊର୍ଦ୍ଧ୍ୱକାଳ ବସିରହିଥିବା ମୁସଲିମ୍ ମହିଳାମାନଙ୍କୁ ଶରଜିଲ ଇମାମ ଉସ୍କାଇବାକୁ ଚେଷ୍ଟା କରିଥିଲା । ସେ ତା’ର ଉତ୍ତେଜକ ଭାଷଣରେ କହିଥିଲା ଯେ, ଖାଲି ଏଠି ବସିରହିଲେ କିଛି ଲାଭ ମିଳିବ ନାହିଁ । ଆମ କଥା ସରକାର ବିଲକୁଲ ଶୁଣିବେ ନାହିଁ । ଏଣୁ ଆମକୁ ଆଉ କିଛି ଅଲଗା କରିବାକୁ ହେବ । ଏବେ ଆମ ନିକଟରେ ୫ ଲକ୍ଷ ଲୋକ ଅଛନ୍ତି ଓ ଯଦି ଏହି ୫ ଲକ୍ଷ ଲୋକ ଉତ୍ତର-ପୂର୍ବ ଭାରତର ‘ଗଳା’ ବା ‘ବେକ’ ବୋଲାଉଥିବା ‘ଚିକେନ୍ ନେକ୍’କୁ ଅବରୋଧ କରିଦେବା ତା’ହେଲେ ଆସାମରେ ମୁତୟନ ଥିବା ଭାରତୀୟ ସେନାକୁ କୌଣସି ସାହାଯ୍ୟ ମିଳିବ ନାହିଁ । ଏପରିସ୍ଥଳେ ଆସାମକୁ ସହଜରେ ଭାରତରୁ ଅଲଗା କରିଦେଇ ହେବ ଏବଂ ଏହାପରେ ହିଁ ସରକାର ଆମର କଥା ବୁଝିପାରିବେ । ତେବେ ତା’ର ଏହି ଭାଷଣ ଦେଶ ବିରୋଧରେ ଲୋକଙ୍କୁ ଉସ୍କାଇଲା ଭଳି ହୋଇଥିବାରୁ ଦିଲ୍ଲୀ ପୁଲିସ ଶରଜିଲ ବିରୁଦ୍ଧରେ କ୍ରାଇମ୍ବ୍ରାଞ୍ଚରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା

Comments
Post a Comment