ଆଜି ତୃତୀୟ ଟି୨୦: ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଗୁରୁତ୍ୱପୂର୍ଣ୍ଣ



ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ବୁଧବାର ହାମିଲଟନର ସେଡନ୍ ପାର୍କରେ ଖେଳାଯିବ ।ଏହି ମୁକାବିଲା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଯଦି ଏହି ମୁକାବିଲା ଜିତେ, ତାହେଲେ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଇତିହାସ ରଚିବୟ ଏହି ବିଜୟ ସହ ଭାରତ ପ୍ରଥମଥର ଲାଗି ନ୍ୟୁଜିଲ୍ୟାଣ୍ଡ୍ ମାଟିରେ କିୱି ବିପକ୍ଷରେ ଦ୍ୱିପାକ୍ଷିକ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ କବଜା କରିବ । ଅନ୍ୟପକ୍ଷରେ ସିରିଜରେ ରହିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ଭାରତ ଏପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଗୋଟିଏ ବି ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତିନାହିଁ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚଳିତ ଟି-୨୦ ସିରିଜରେ ମାତ୍ର ଦୁଇଟି ମ୍ୟାଚ୍ ଖେଳାଯାଇଛି । ଏହି ଦୁଇଟି ଯାକ ମୁକାବିଲାରେ ଘରୋଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିବ । ୨୦୦୮- ୦୯ରେ ଖେଳାଯାଇଥିବା ସିରିଜରେ ଭାରତ ୦-୨ରେ ପରାସ୍ତ ହୋଇଥିଲା । ଏହା ପରେ ୨୦୧୮-୧୯ରେ ଭାରତ ଏଠାରେ ଖେଳିଥିବା ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ହାରିଯାଇଥିଲା । ଚଳିତ ସିରିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇଥିଲା ଏହା ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତ ୭ ୱିକେଟରେ ବିଜୟ ଲାଭ କରି ସିରିଜରେ ୨-୦ରେ ଅ ।ଗୁଅ । ହୋଇଛି । ବିଶ୍ୱକପ୍ ପରଠାରୁ ଭାରତ ଏପର୍ଯ୍ୟନ୍ତ ୫ଟି ଟି୨୦ ସିରିଜ୍ ଖେଳିଛି ଏବଂ ସବୁଥିରେ ଦମଦାର ପ୍ରଦର୍ଶନ କରିଛି ।ଏହା ମଧ୍ୟରେ ଭାରତ କେବଳ ଦକ୍ଷିଣ ଅ ।ଫ୍ରିକା ବିପକ୍ଷ ସିରିଜ୍ ଜିତିପାରି ନାହିଁ । ଏହି ସିରିଜ୍ ୧-୧ରେ ବରାବର ରହିଥିଲା । ଟି୨୦ କ୍ରିକେଟରେ ଭଲ ଫର୍ମରେ ରହିବା ସତ୍ତ୍ୱେ ଭାରତର ସ୍ଥିତିରେ କୌଣସି ଖାସ୍ ପରିବର୍ତ୍ତନ ହୋଇନାହିଁ । ଚଳିତ ଗସ୍ତରେ ଲୋକେଶ ରାହୁଲ୍ ଓ ଶ୍ରେୟସ ଅ ।ୟରଙ୍କ ଜବରଦସ୍ତ ପ୍ରଦର୍ଶନ ଭାରତୀୟ ଦଳକୁ ଏକ ଶକ୍ତି ପ୍ରଦାନ କରିଛି । ଏହାକୁ ଦୃଷ୍ଟିରେ ରଖି ତୃତୀୟ ମ୍ୟାଚରେ ଭାରତୀୟ ଟିମରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁୟ ମଙ୍ଗଳବାର ଅପ୍ସନାଲ୍ ପ୍ରାକ୍ଟିସ୍ ସେସନ୍ ରଖାଯାଇଥିଲା ଏବଂ କ୍ୟାପଟେନ୍ ବିରାଟ୍ କୋହଲି, ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଭାଗ ନେଇନଥିଲେ ।ଯେଉଁ ଖେଳାଳିମାନଙ୍କୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ, ଟିମ୍ ମ୍ୟାନେଜମେଣ୍ଟ ସେମାନଙ୍କ ସହ କାମ କରିଛି । କୋଚ୍ ରବି ଶାସ୍ତ୍ରୀ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ।ସେହିପରି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସହ ବ୍ୟସ୍ତ ଥେିାଲ । ଏହି ଦୁଇ ଖେଳାଳିଙ୍କୁ ବୁଧବାର ସୁଯୋଗ ମିଳିବାର ସମ୍ଭାବନା କମ୍ । ଅକଲ୍ୟାଣ୍ଡର ଗ୍ରାଉଣ୍ଡ ଛୋଟ ଥିବାରୁ କୁଲଦୀପ ଯାଦବଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ସୁଯୋଗ ମିଳିନଥିଲା । ଛୋଟ ମଇଦାନରେ ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଜରେ ଟାର୍ଗେଟ୍ କରିପାରିବେ । ଚହଲ୍ ପ୍ରଥମ ଦୁଇଟି ମୁକାବିଲାରେ ଭଲ ପ୍ରଦର୍ଶନ କରିଥିଲେ । ଏବେ ମ୍ୟାଚ୍ ବଡ଼ ମଇଦାନରେ ଖେଳାଯିବ ଏବଂ ଏଥିରେ କୁଲଦୀପଙ୍କର ପ୍ରତ୍ୟାବର୍ତ୍ତନ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା । ଶେଷ ଦୁଇଟି ଟି-୨୦ ପାଇଁ ବ୍ୟାଟ୍ସମ୍ୟାନ୍ ଟପ୍ ବ୍ରୁସଙ୍କୁ ସୁଯୋଗ ମିଳିପାରେ । ନ୍ୟୁଜିଲ୍ୟାଣ୍ଡ୍ ତା\'ର ବୋଲିଂ ପ୍ରଦର୍ଶନକୁ ନେଇ ସେତେଟା ଚିନ୍ତିତ ନାହିଁ । କିନ୍ତୁ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ପାଇଁ ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସବୁଠାରୁ ବଡ଼ ଚିନ୍ତା । ଉଭୟ ମ୍ୟାଚରେ ବୁମ୍ରାଙ୍କ ବୋଲିଂକୁ ସେମାନେ ବୁଝିବାରେ ବିଫଳ ହୋଇଛନ୍ତି । ଯଦି ଅ ।ମେ ରେକର୍ଡକୁ ନଜର ପକାଇବା, ତାହେଲେ ସେଡନ୍ ପାର୍କରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ଭଲ ରହିଛି । ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୭ଟିରେ ବିଜୟୀ ହୋଇଛି ।

Comments