ଶିଶୁ ମନ୍ଦିରରେ ବାଲ ଶିବିର


ମାର୍ଶାଘାଇ : ମାର୍ଶାଘାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଗୁରୁବାର ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ବାଲ ଶିବିର ଅନୁଷ୍ଠିତ ହୋଇଯାଇଚି । ବିଦ୍ୟାଳୟର ସଭାପତି ମଧୁସୂଦନ ବେହେରା ,କୋଷାଧକ୍ଷ ସୁକାନ୍ତ କୁମାର ନାୟକ,ପ୍ରଧାନ ଆଚାର୍ଯ୍ୟ ରମାକାନ୍ତ ବେହେରା ତତ୍ୱାବଧାନରେ ଏହି ଶବିର ଅନୁଷ୍ଠିତ ହୋଇଥିଲା । ହନୁମାନ ଚାଳିଶା ଆବୃତି,ଶ୍ରୀମଦ୍ ଭାଗବତ ଗୀତା ଆବୃତି ,ଧୋତିପିନ୍ଧା ,ବକୃତା , ଅନ୍ତାକ୍ଷରୀ ଓ ଭାଇ ମାନଙ୍କ ଦ୍ୱାରା ଲଳିତକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ୯୦ ଜଣ ଭାଇ ଯୋଗଦେଇଥିଲେ । ବାଲ ଭାରତୀ ପ୍ରମୁଖ ଅଶୋକ କୁମାର ମଲ୍ଲିକଙ୍କ ସହିତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସକ୍ରୀୟ ସହଯୋଗ କରିଥିଲେ ।

Comments