ହିଂସାକୁ ଉସକାଇବା ପାଇଁ ପ୍ରୟାସ କରୁଥିବା ପିଏଫ୍‌ଆଇ ସଦସ୍ୟ ଗିରଫ


କାନପୁର,୩୧ା୧: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ର ୫ ସଦସ୍ୟଙ୍କୁ କାନପୁରରୁ ୩୧ ତାରିଖ ଦିନ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ନାଗରିକତା ସଂଶୋଧନ ଆଇନ (ସିଏଏ), ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ (ଏନ୍‌ଆରସି)କୁ ବିରୋଧ କରି ଏହି ୫ ସଦସ୍ୟ ହିଂସାକୁ ଉସକାଇବା ପାଇଁ ପ୍ରୟାସ କରୁଥିଲେ । ଆଗକୁ ଉତ୍ତରପ୍ରଦେଶରେ ଗଙ୍ଗାଯାତ୍ରା ରହିଛି । ଏହି ଅବସରରେଗିରଫ ହୋଇଥିବା ୫ ପିଏଫ୍‌ଆଇ ସଦସ୍ୟ ହିଂସା କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ପୋଲିସ ସୂଚନା ପାଇଛି । ଗିରଫ ୫ ସଦସ୍ୟଙ୍କୁ ପଚରାଉଚରା କରିବା ପରେ ଅଧିକସୂଚନା ମିଳିବ ବୋଲି ପୋଲିସ କହିଛି । ତେବେ ଗିରଫ ପିଏଫ୍‌ଆଇ ସଦସ୍ୟଙ୍କ ନାମ ପୋଲିସ ପ୍ରକାଶ କରିନାହିଁ । ସିଏଏକୁ ବିରୋଧ କରିବା ଆଳରେ ପିଏଫ୍‌ଆଇର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି । ତେଣୁ ପୋଲିସ ଏହି ୫ ପିଏଫ୍‌ଆଇ ସଦସ୍ୟଙ୍କୁ ପଚରାଉଚରା କରିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହଯୋଗ ନେଇପାରେ ।

Comments