ଅଧିବକ୍ତା ପରିଷଦର ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପାରାଦ୍ୱୀପ  :ସାଧାରଣତନ୍ତ୍ର ଦିବସରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଓଡିଶାର ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନାଲୋକ ମହାନ୍ତିଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଜିଲ୍ଲା ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ତପନ କୁମାର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲାର ଏକ ନୂତନ ଜିଲ୍ଲା କମିଟି ମନୋନୀତ କରିଥିଲେ । ମନୋନିତ ନୂତନ ଜିଲ୍ଲା କମିଟିର ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଉପସଭାପତି କିଶୋର ଚନ୍ଦ୍ର ଶତପଥି ଶ୍ରୀ ରବିନ୍ଦ୍ର କୁମାର ଜେନାଙ୍କୁ ସମ୍ପାଦକ(ପ୍ରଶାସନ), ସମ୍ପାଦକ (ସଂଗଠକ) ସଂଗ୍ରାମ କେଶରୀ ନାୟକ, ସହ ସମ୍ପାଦକ- ପର୍ଶୁରାମ ରାଉତ, କୋଷାଧ୍ୟକ୍ଷ - ପ୍ରଶାନ୍ତ କୁମାର ଦାସ, ନ୍ୟାୟପ୍ରଭା ପ୍ରମୁଖ - ସତ୍ୟବ୍ରତ ପଣ୍ଡା , ନ୍ୟାୟକେନ୍ଦ୍ର ଓ ଷ୍ଟଡି ସର୍କଲ ପ୍ରମୁଖ ଶାରଦା ପ୍ରସାଦ ଦାସଙ୍କ ସହିତ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଗୋରାଚାନ୍ଦ ସିହ୍ନା, ନଳିନୀ ରଂଜନ ମହାପାତ୍ର, କୈଳାସ ଚନ୍ଦ୍ର ସାହୁ ଓ ଦେବପ୍ରିତ ଦାଶ ସହିତ ଜିଲ୍ଲା ନିର୍ବାହୀ ସଦସ୍ୟ ଶ୍ରୀ ରଂଜିତ କୁମାର ସ୍ୱାଇଁ , ରଂଜିତ କୁମାର ବେହେରା, ସଂଜୟ କୁମାର ମିଶ୍ର ଓ ସୁବ୍ରତ କୁମାର ମହାନ୍ତିଙ୍କ ନାମ ଓ ଦାୟିତ୍ୱ ଘୋଷଣା କରାଯାଇଥିଲା ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ୫୦ ରୁ ଉର୍ଦ୍ଧ୍ୱ ଅଧିବକ୍ତା ସଦସ୍ୟ ଉପସ୍ଥିତ ରହିଥିଲେ ।

Comments