ପାକରେ ପୋଲିଓ ବୁନ୍ଦା ଖାଇବାରୁ ଇସ୍‌ଲାମିକ ମୌଳବାଦ ଦ୍ୱାରା ୨ ମହିଳାଙ୍କୁ ଗୁଳି କରି ହତ୍ୟା


ଇସଲାମାବାଦ, ୩୦/୧ : ଯଦି ବିଶ୍ୱରେ ଧର୍ମୀୟ ମୌଳବାଦସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଆମେ ଖୋଜିବା ତା’ହେଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆମେ ପଡ଼ୋଶୀ ପାକିସ୍ତାନରେ ହିଁ ପାଇପାରିବା । ଏଠାରେ ମୌଳବାଦ ଇସ୍‌ଲାମୀୟ ଚିନ୍ତାଧାରାରେ ସ୍‌ଥାନୀୟ ଲୋକେ ଏଭଳି ଭାବେ ପ୍ରଭାବିତ ହୋଇସାରିଛନ୍ତି ଯେ ସେମାନେ ନିଜର ପିଲାମାନକଙ୍କ ବିଶେଷ କରି ନବଜାତକ ଶିଶୁମାନଙ୍କ ଜୀବନରକ୍ଷା ଲାଗି ମଧ୍ୟ ଚିନ୍ତିତ ନୁହଁନ୍ତି । ବରଂ ନବଜାତକମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ପଲ୍ସ ପୋଲିଓ ଟୀକାକରଣକୁ ମଧ୍ୟ ଏହି ଇସଲାମୀୟ ମୌଳବାଦୀମାନେ କଡ଼ା ବିରୋଧ କରିବା ସହ ଏହା ଇସଲାମ ବିରୋଧୀ ବୋଲି କହୁଛନ୍ତି । ଗୁରୁବାର ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରାନ୍ତର ସ୍ୱାବ ଜିଲ୍ଲା ଅନ୍ତର୍ଗତ ପରମୋଲି ବସ୍ତିରେ ନବଜାତକ ଶିଶୁମାନଙ୍କୁ ଜୀିବନରକ୍ଷାକାରୀ ପଲ୍‌ସ ପୋଲିଓ ବୁନ୍ଦା ଦେବାକୁ ଯାଇଥିବା ୨ ଜଣ ମହିଳାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଦେଇଛନ୍ତି । ମୃତ ମହିଳାଦ୍ୱୟଙ୍କ ପରିଚୟ ଯଥାକ୍ରମେ ଶକୀଲା ବିବି (୨୮) ଏବଂ ଘୁନଚା ଗୁଲ୍ (୩୦) ଅଟେ । ତେବେ ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତଦ୍ୱୟ ଏକ ବାଇକ୍‌ରେ ଫେରାର ହୋଇଯାଇଥିଲାବେଳେ ସେମାନେ ଇସ୍‌ଲାମିକ ମୌଳବାଦ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ଏଭଳି ହତ୍ୟାକାଣ୍ଡ ଭିଆଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।

Comments