ପାକିସ୍ତାନର ଚାଚରୋରେ ଥିବା ମାତାରିଣୀ ମନ୍ଦିର ଉପରେ ଇସ୍‌ଲାମୀୟ ମୌଳବାଦୀଙ୍କ ଆକ୍ରମଣ





ଇସଲାମାବାଦ  : ପାକିସ୍ତାନର ଚାଚରୋରେ ଥିବା ମାତାରିଣୀ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି । ପାକିସ୍ତାନ ଏବେ ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ଧର୍ମର ଲୋକଙ୍କ ପାଇଁ ନରକ ସଦୃଶ ହୋଇଯାଇଛି । ଦିନ ଦ୍ୱିପ୍ରହରରେ ସଂଖ୍ୟାଲଘୁ ହିନ୍ଦୁ ଓ ମୁସଲମାନଙ୍କ ଉପରେ ସେଠାକାର ଇସ୍‌ଲାମୀୟ ମୋøଳବାଦୀମାନେ ଆକ୍ରମଣ କରି ମାରଧର କରିବା ସହ ସେମାନଙ୍କ ନାବାଳିକା କନ୍ୟା ଓ ଯୁବତୀମାନଙ୍କୁ ବଳପୂର୍ବକ ଉଠାଇ ନେଇ ବନ୍ଧୁକ ମୁନରେ ଇସ୍‌ଲାମ ଧର୍ମରେ ଧର୍ମାନ୍ତରୀକରଣ କରି ବିବାହ କରୁଛନ୍ତି । ଏବେ ଏଠାରେ ହିନ୍ଦୁ ଦେବାଦେବୀ ଓ ମନ୍ଦିରଗୁଡ଼ିକ ମଧ୍ୟ ଅ୍ରସୁକ୍ଷିତ ହୋଇପଡ଼ିଛନ୍ତି । ନିକଟରେ ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଥିବା କେତେକ ହିନ୍ଦୁ ମନ୍ଦିର ଉପରେ ଇସ୍‌ଲାମୀୟ ମୌଳବାଦୀମାନେ ଆକ୍ରମଣ କରିବା ସହ ସେଠାରେ ପୂଜା ପାଉଥିବା ଦେବାଦେବୀଙ୍କ ବିଗ୍ରହଗୁଡ଼ିକୁ ମଧ୍ୟ ଭାଙ୍ଗିରୁଜି ବିକୃତ କରିଦେଇଛନ୍ତି ।

Comments