ବେଙ୍ଗାଲୁର : ରେଳବାଇ ପ୍ରୋଟେକ୍ସନ ଫୋର୍ସ (ଆର୍ପିଏଫ୍) ଏକ ବଡ ର୍ୟାକେଟର ଖୁଲାସା କରିଛି । ଏହି ର୍ୟାକେଟ ଅନ୍ଲାଇନ୍ରେ ବେଆଇନ୍ ଭାବେ ରେଳ ଟିକେଟଗୁଡ଼ିକୁ ବିକି ସେଥିରୁ ମିଳୁଥିବା କୋଟି କୋଟି ଟଙ୍କାର ଅର୍ଥକୁ ଦେଶ ବିରୋଂରୋଧୀ ଆତଙ୍କବାଦୀ ସଂଗଠନ ଓ ବିଚ୍ଛିନ୍ନତାବାଦୀମାନଙ୍କୁ ଦେଶରେ ଅରାଜକତା, ଅସ୍ଥିରତା, ହିଂସା ଆଦି ଭିଆଇବା ଲାଗି ଦେଉଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଜାଣିବାକୁ ପାଇଛି । ତେଣୁ ଏହାକୁ ପ୍ରତିହତ କରିବା ଲାଗି ଏନ୍ଆଇଏ ଏହାର ମୁଖ୍ୟ କାର୍ପରଦାର ବୋଲାଉଥିବା ବେଙ୍ଗାଲୁରର ଗୁଲାମ ମୁସ୍ତଫାକୁ ଗିରଫ କରିଛି । ସେ ବେଆଇନ ଭାବେ ଅନ୍ଲାଇନରେ ଭାରତୀୟ େରେଳ ବିଭାଗର ଟିକେଟ୍ଗୁଡ଼ିକୁ ହ୍ୟାକିଂ କରି ସେଗୁଡ଼ିକୁ ଅନ୍ଲାଇନ୍ରେ ଅନ୍ୟ ଯାତ୍ରୀମାନଙ୍କୁ ବିକ୍ରୀ କରି ୧୦ୁ ୧୫ କୋଟି ଟଙ୍କା କମାଉଥିଲା । ମାତ୍ର ପରେ ଏହି ଟଙ୍କାକୁ ସେ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଆତଙ୍କୀ ସଂଗଠନଗୁଡ଼ିକୁ ଦେଇଥିଲା ବୋଲି ଏନ୍ଅ÷ାଇଏ ଜାଣିପାରି ତାକୁ ଗିରଫ କରିଛି । ପ୍ରକାଶ୍ୟ ଯେ, ୧୦ ଦିନ ତଳେ ଏହି ମାମଲାରେ ସଂଶ୍ଲିଷ୍ଟ ଥିବା ଗୁଲାମ ଅନ୍ଲାଇନ୍ରେ ଇ-ଟିକେଟ୍ ବିକିବା ଓ ଏହାକୁ ଯାତ୍ରୀମାନଙ୍କୁ କନଫର୍ମ କରାଇବା ଲାଗି ଏକ ସଫ୍ଟୱେୟାରକୁ ପ୍ରସ୍ତୁତ କରିଥିଲା । ପରେ ସେ ସେହି ସଫ୍ଟୱେୟାରକୁ ତା’ର ଲାପଟପ୍ରେ ପକାଇ ରେଳ ବିଭାଗର ଟିକେଟଗୁଡ଼ିକୁ ଅନ୍ଲାଇନ୍ରେ ହ୍ୟାକିଂ କରି ସେଗୁଡ଼ିକୁ ଗରାଖଙ୍କୁ ବିକୁଥିଲା ବୋଳି ଏନ୍ଆଇଏ କହିଛି । ତେବେ ସେ ଏହିଭଳି ରେଳଟିକେଟ୍କୁ ବ୍ଲାକମେଲ କରି ଅଧିକ ଚଢ଼ା ଦରର ଯାତ୍ରୀମାନଙ୍କୁ ବିକି ମାସକୁ କୋଟି କୋଟି ଟଙ୍କା ଉପାର୍ଜନ କରଥିଲାବେଳେ ପରେ ସେହି ଅର୍ଥକୁ ଗୁଲାମ ଦେଶରେ ସକ୍ରିୟ ଥିବା ‘ଜେହାଦୀ’ ସଂଗଠନଗୁଡ଼ିକୁ ଦେଉଥିଲା ବୋଲି ଏନ୍ଆଇଏ୍ ଜାଣିପାରି ତାକୁ ଆଜି ମାରାଥନ ଜେରା କରିଥିଲା । ଜେରା ସମୟରେ ଗୁଲାମର ପାକିସ୍ତାନ, ବାଂଲାଦେଶ, ମଧ୍ୟପ୍ରାଚ୍ୟର ଅନେକ ଦେଶ ସହିତ ଲିଙ୍କ ରହିଥିବା ଗୁଲାମ ମାନିଛି । ଗୁଲାମ ଦେଇଥିବା ତଥ୍ୟକୁ ଆଧାର କରି ଏହି ମାମଲାରୋ କର୍ଣ୍ଣାଟକ ପୁଲିସ ୨୭ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି ।

Comments
Post a Comment