ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ବାଲ ସ୍ୱୟଂସେବକଙ୍କ ପଥ ସଂଚଳନ


ସମ୍ବଲପୁର: ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆରଏସଏସ ପକ୍ଷରୁ ବାଲ ସ୍ୱୟଂ ସେବକ ମାନଙ୍କୁ ନେଇ ଏକ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ୍ରମ ବାଜାର ତାଳେ ତାଳେ ବାଲ ସ୍ୱୟଂ ସେବକ ମାନେ ପାଦକୁ ପାଦ ମିଶାଇ ପ୍ୟାରେଡ କରିଥିଲେ । ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିରରୁ ଏହି ସଂଚଳନ ବାହାରି ଧନୁପାଲି ଛକ, ଗୋବିନ୍ଦ ତୋଲା , ଚାରିଭାଟି ଦେଇ ଜେଲ ଛକରେ ପହଁଚିଥିଲା । ପରେ ସେଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡିଶା ପଶ୍ଚିମ ପ୍ରାନ୍ତର ସଂଘ ଚାଳକ ବିପିନ ନନ୍ଦ, ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରଚାରକ ବିଷ୍ଣୁ ପାତ୍ର, ସମ୍ବଲପୁର ଜିଲା କାର୍ଯ୍ୟବାହ ରାମକୃଷ୍ଣ ନାଏକ, ମହାନଗର କାର୍ଯ୍ୟବାହ ରାଜାରାମ ଲେଙ୍କା, ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ, ଜ୍ୟୋତି ପ୍ରଧାନ, ପ୍ରଚାର ପ୍ରମୁଖ ରଞ୍ଜନ ଶର୍ମା, ଅଧ୍ୟାପକ ବିଶ୍ୱରଞ୍ଜନ ପୁଜାରୀ ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲାର ଗ୍ରାମିଣ ଓ ମହାନଗର ଶତାଧିକ ବାଲ ସ୍ୱୟଂସେବକ ମାନଙ୍କୁ ଗୁଣାତ୍ମକ ଦେଶଭକ୍ତି, ସମାଜସେବା, କ୍ରୀଡା କଳା, ସଂସ୍କୃତି, ପାଠପଢା ଓ ସାହାସିକତା କ୍ଷେତ୍ରରେ ସମର୍ପଣ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ଓଡିଶା ପଶ୍ଚିମ ପ୍ରାନ୍ତର ଶାରିରୀକ ପ୍ରମୁଖ ହରେକୃଷ୍ଣ ମାଝୀ ଯୋଗ ଦେଇ ଉଭୟ ବରପୁତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।

Comments