ଗୋରଖପୁର:ଗତ ଜାନୁଆରୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାରି ଦିବସୀୟ ପୂର୍ବ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ଅନ୍ତିମ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ କାର୍ଯ୍ୟ ବିସ୍ତାର ବିଷୟରେ କାର୍ଯ୍ୟକର୍ତ୍ତାମାନଙ୍କୁ କହିଲେ ଯେ,
କୌଣସି ସଂଗଠନର ବିସ୍ତାରରେ କାର୍ଯ୍ୟକର୍ତ୍ତାମାନଙ୍କର ମୁଖ୍ୟ ଭୂମିକା ଥାଏ । ସେ ନିଜର ଧ୍ୟେୟ,ଦୃଷ୍ଟି, ତ୍ୟାଗ ଏବଂ ସମର୍ପଣର ସମ୍ବଳକୁ ନେଇ ସମ୍ପୂର୍ଣ୍ଣ ସମାଜ ପାଇଁ ପ୍ରେରକ ହୋଇ କାର୍ଯ୍ୟକରେ । ବୈଚାରୀକ ଅଧିଷ୍ଠାନର ଦୃଢତା କାରଣରୁ କୌଣସି କାର୍ଯ୍ୟର ବିସ୍ତାର ପାଇଁ ଚିନ୍ତନ, ଚର୍ଚ୍ଚା, ନିର୍ଣ୍ଣୟ, ଯୋଜନା, ପରିଶ୍ରମ କରି କାର୍ଯ୍ୟକୁ ପୂର୍ଣ୍ଣ କରିବା ହେଉଛି ଆମ ସଂକଳ୍ପର ମୂଳମନ୍ତ୍ର । ସାମୂହିକ ଶକ୍ତି ଦ୍ୱାରା ସଂଗଠନକୁ ବଳ ମିଳିଥାଏ ଏବଂ ବ୍ୟକ୍ତି ନିର୍ମାଣ ଲକ୍ଷ୍ୟରେ ଛୋଟ ଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ ସଂଘ ସଂସ୍କାର ଦେଇଥାଏ । ଯେଉଁମାନେ ଏହି କାର୍ଯ୍ୟର ବିସ୍ତାର ହେତୁ ନିଜର କତ୍ତୃତ୍ୱ, ବ୍ୟକ୍ତିତ୍ୱ ଏବଂ ଭକ୍ତି ଦ୍ୱାରା ନିଜର ବିକାଶ କରିବା ସହିତ ନିସ୍ୱାର୍ଥ ବୁଦ୍ଧି, ଧୈର୍ଯ୍ୟ, ପରିଶ୍ରମ, ସାହସ, ତ୍ୟାଗ, ତପସ୍ୟା, ଧ୍ୟେୟନିଷ୍ଠା ନିର୍ମାଣର ଲକ୍ଷ୍ୟ ନେଇ ବଢିଥାଏ, ସେହି ଶ୍ରେଷ୍ଠ କାର୍ଯ୍ୟକର୍ତ୍ତା ହୋଇଥାଏ ।
ଏଥି ସହିତ ଅହଂକାର ମୁକ୍ତ ହୋଇ ଯେଉଁ କାର୍ଯ୍ୟକର୍ତ୍ତା କାର୍ଯ୍ୟକରେ, ସେହି ସ୍ୱାତ୍ତିକ କାର୍ଯ୍ୟକର୍ତ୍ତାରୂପେ ସଂଗଠନର କାର୍ଯ୍ୟକୁ ବିସ୍ତାର କରିଥାଏ । ସଂଘ ମାନେ ଶାଖା, ଶାଖା ମାନେ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମମାନେ ସଂସ୍କାର, ସଂସ୍କାର ମାନେ କାର୍ଯ୍ୟକର୍ତ୍ତା, କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକୁ ବିସ୍ତାର କରୁଥିବା ବ୍ୟକ୍ତି । ଏହି ପଦ୍ଧତିରେ ସଂଘ ବିଗତ ୯୫ ବର୍ଷଧରି ସଂଗଠନର କାର୍ଯ୍ୟକୁ ବଢାଇ ଚାଲିଛି । ଆମର ଉଦ୍ଦେଶ୍ୟ ମଧ୍ୟ ଏହା ଯେ, ଏହି କାର୍ଯ୍ୟ ପଦ୍ଧତି ମାଧ୍ୟମରେ ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବା ଏବଂ ସଂପୂର୍ଣ୍ଣ ବିଶ୍ୱରେ ଭାରତ ମାତାର ଜୟଜୟକାର କରିବା । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସଂଘ ନିରନ୍ତର କାର୍ଯ୍ୟ କରୁଛି । ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ହେବ । ଆଗାମୀ ଦିନମାନଙ୍କରେ ସଂପୂର୍ଣ୍ଣ ଦେଶରେ ଗ୍ରମୀଣ କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମପଂଚାୟତ ସ୍ତରରେ ଏବଂ ସହରାଞ୍ଚଳରେ ବସତି ସ୍ତରରେ ଶାଖା କାର୍ଯ୍ୟ ବୃଦ୍ଧିପାଇଁ ଚର୍ଚ୍ଚା ହୋଇଥିଲା ।

Comments
Post a Comment