ଏବିଭିପି ପକ୍ଷରୁ ୧୫୦ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା


ଢେଙ୍କାନାଳ: ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ନଗର ଶାଖା ତରଫରୁ ଏକ ବିଶାଳ ୧୫୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳର ବିଭିନ୍ନ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରମାନେ ଏକତ୍ରିତ ହୋଇ ନଗର ସଂପାଦକ ଅରିଜୀତ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ବଳରାମ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବାଜିଚୌକସ୍ଥିତ ସହିଦ ମୀନାର ପର୍ଯ୍ୟନ୍ତ ଯାଇଥିଲେ । ଶୋଭାଯାତ୍ରାରେ \"ଭାରତ ମାତା କୀ ଜୟ\', \"ବନ୍ଦେ ମାତରଂ\' \"ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି\' ପ୍ରଭୃତି ନାରା ଦେଇ ସହରକୁ ପ୍ରକମ୍ପିତ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଂଯୋଜକ ବି. ସୂର୍ଯ୍ୟରୋଶନ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଶେଷ ହୋଇଥିଲା । ଏହି ଶୋଭାଯାତ୍ରାକୁ ଅମ୍ରିତ ଅଭିଷେକ ଦାସ, ଅଭିନବ ବେହେରା, ଆଦର୍ଶ ସାହୁ, ଅରବିନ୍ଦ ନନ୍ଦ, ଅରୂପ ପଟ୍ଟନାୟକ, ସିଦ୍ଧାର୍ଥ ଜେନା, ଶିବସୁନ୍ଦର ସେଠୀ, ସୁଧାକର ଓ ସୌରଭ ପ୍ରମୁଖ ଛାତ୍ରନେତାମାନେ ସଫଳ କରିଥିଲେ ।

Comments