ମୁମ୍ୱାଇ,୩୦ା୧: ପଞ୍ଜାବ ଲୁଧିଆନା ପରେ ମୁମ୍ୱାଇରେ ଅଦିନରେ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ । ପ୍ରତିବର୍ଷ ଆଷା ଶୁଳ୍ପ ପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଏହା ବିରୋଧରେ ଯାଇ ମୁମ୍ୱାଇ ଇସ୍କନ ବସନ୍ତ ପଞ୍ଜମୀରେ ଅଦିନରେ ରଥଯାତ୍ରା ଆୟୋଜନ କରିଛି । ଅପରାହ୍ନ ୩ଟାରୁ ରଥଯାତ୍ରା ଆରମ୍ଭ ହୋଇଛି । ଏହା ତିନି ଘଣ୍ଟା ଧାରି ଚଲିବ । ଏଥିରେ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ( ଜାନୁୟାରୀ ୩୧) ରାତ୍ରୀ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ । ଯାହାକୁ ଓଡ଼ିଶାରେ ବିରୋଧ କରାଯାଉଛି । ଗୁରବାର (ଜାନୁୟାରୀ, ୩୦) ମୁମ୍ୱାଇର ଶିବାଜୀ ପାର୍କରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବବେଗ ସହ ଖେଳି ଅଦିନିଆ ରଥାଯାତ୍ର ବାହାର କରିଛି ଇସ୍କନ । ଶ୍ରୀମନ୍ଦିରର ବାରମ୍ୱାର ବିରୋଧ ପରେ ମଧ୍ୟ ଇସ୍କନପୁଣି ଥରେ ଏପରି କାମ କରିଛି । ଏହା ପୂର୍ବରୁ ପଞ୍ଜାବର ଲୁଧିଆନାରେ ଅଦିନରେ ରଥଯାତ୍ରା ଆୟୋଜନ କରିଥିଲା । ଯାହାକୁ ସେହି ସମୟରେ ତୀବ୍ର ବିରୋଧ କରାଯାଇଥିଲା । ମୁମ୍ୱାଇରେ ଇସ୍କନ ଦ୍ୱାରା ଆୟୋଜିତ ଏହି ରଥଯାତ୍ରାରେ ପ୍ରାୟ ତିନି ଲକ୍ଷ ଶ୍ରଦ୍ଧାଳୁ ସାମିଲ ହେବେ ବୋଲି ଅନୁମାନ କରାଯାଇଥିଲା । ଏତେ ପରିମାଣର ଶ୍ରଦ୍ଧାଳୁଙ୍କୁ ଭ୍ରମିତ କରି ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରାର ମହାନ ପରମ୍ପରା ଆଘାତ କରାଯାଉଥିବା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଇସ୍କନ ପ୍ରଭୂ ଜଗନ୍ନାଥଙ୍କ ନାଁରେ ଅର୍ଥଉପାର୍ଜନ କରୁଛି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦେଇଛନ୍ତି । ରଥାଯାତ୍ରାକୁ ନେଇ ମୁମ୍ୱାଇ ଇସ୍କନ ପକ୍ଷରୁ ଏକ ମାସ ପୂର୍ବରୁ ସବୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ଗତକଲି ମଧ୍ୟ କାର୍ଯ୍ୟକ୍ରମର ସବୁ ସୂଚନା ଗଣମାଧ୍ୟମକୁ ଦେଇଥିଲା ଇସ୍କନ, ତେବେ ମାସେ ଆଗରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର କାହିଁକି କିଛି ପଦକ୍ଷେପ ଗ୍ରହଣ କରିନଥିଲେ ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଏହା ବିରୋଧରେ କୌଣସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏହିପରି ଘଟଣା ବାରାମ୍ୱାର ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହା ପୂର୍ବରୁ ଇସ୍କନର ଅଦିନର ରଥଯାତ୍ରା ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ବିରୋଧ କରିସାରିଛନ୍ତି । ବିଶ୍ୱର ସବୁ ଜଗନ୍ନାଥ ପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷ ଯାତ୍ରା କରିବାକୁ ସେ ଅନୁରୋଧ କରିଥିଲେ । ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା ନ କରିବାକୁ ଗଜପତି ମହାରାଜ ପରାମର୍ଶ ଦେଇଥିଲେ ।

Comments
Post a Comment