ଭାରତୀୟ ଗୋ-ବିଜ୍ଞାନ ପ୍ରଶିକ୍ଷଣ ଶିବିର


ଭୁବନେଶ୍ୱର/ପୁରୀ,୩୦ା୧ : ଗ୍ରାମ୍ୟ ବିକାଶର ମୂଳ ଉତ୍ସ ଗାଈ ଏବଂ ମାନବ ଜାତିର ତଥା ବିଶ୍ୱର କଲ୍ୟାଣ ପାଇଁ ଗୋ ସଂପଦର ସୁରକ୍ଷା କରାଯିବା ଆବଶ୍ୟକ ବୋଲି ଓଡିଶା ଗୋସେବା ସମିତି ତରଫରୁ ଆୟୋଜିତ ତ୍ରିଦିବସୀୟ ଗୋବିଜ୍ଞାନ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଅବସରରେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଛନ୍ତି । ଗୋସଂପଦର ଉଦ୍ଧାର ଏବଂ ତାର ଲାଳନପାଳନ ଜରିଆରେ ଆୟ ବୃଦ୍ଧିକରି ବେକାର ସମସ୍ୟା ଦୁର କରିବା ସହିତ ଗୋବର ଓ ଗୋମୁତ୍ର ପ୍ରୟୋଗରେ ବିଷମୁକ୍ତ କୃଷିକରି ସୁସ୍ଥ ସମାଜରେ ବ୍ରତୀ ହେବାକୁ ପୂଜ୍ୟ ପରମହଂସ ଆହ୍ୱାନ ଜଣାଇଛନ୍ତି । ପୁରୀ ବାଲିଘାଇ ନିକଟସ୍ଥ ହରିହରାନନ୍ଦ ଗୁରୁକୂଳମର ଗୋଶାଳା ପରିସରରେ ଥିବା ଭାରତୀୟ ଗୋବିଜ୍ଞାନ କେନ୍ଦ୍ରରେଏକ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି । ଉକ୍ତ ଶିବିରରେ ଯୁବ ଚାଷୀ, ମହିଳାଉଦ୍ୟୋଗୀ, ଏବଂ ଗୋପ୍ରେମୀ ମାନଙ୍କୁ ଜୈବିକ ଖତ ଓ କୀଟ ନିୟନ୍ତ୍ରକ ପ୍ରସ୍ତୁତି, ଜୈବିକ କୃଷି, ପଂଚଗବ୍ୟ, ଚେରମୂଳି ଦ୍ୱାରା ଗୋ ଚିକିତ୍ସା ଓ ଗୋ ଆଧାରିତ କୁଟିରଶିଳ୍ପ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

Comments