୨ରେ ଏବିଭିପିର ୪୪ତମ ରାଜ୍ୟ ଅଧିବେଶନ ଉଦ୍ଯାପନ: ଅଧ୍ୟାପକ ଭାଗିରଥୀ ପୃଷ୍ଟି ଓ ଶଶିକାନ୍ତ ମିଶ୍ର ରାଜ୍ୟ ସଭାପତି ଓ ସମ୍ପାଦକ ନିର୍ବାଚିତ
କଟକ, ୩୧/୦୧ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୪ତମ ରାଜ୍ୟ ଅଧିବେଶନ ଜାନୁଆରୀ ୩୧ ତାରିଖ ଦିନ ସ୍ଥାନୀୟ ବସୁନ୍ଧରା ପଡିଆ, ବିଡାନାସୀରେ ଉଦ୍ଘାଟିତ ହୋଇଯାଇଛି । ଅପରାହ୍ନରେ ଏବିଭିପିର ଧ୍ୱଜ୍ଜ ଉତୋଳନ ଓ ରାଷ୍ଟ୍ରଗାନ ସହ ଅଧିବେଶନ ଉଦ୍ଘାଟନ ହୋଇଥିଲା । ଏହି ସତ୍ରରେ ଏବିଭିପିର ରାଜ୍ୟ ସଭାପତି ଡ. ଭାଗିରଥୀ ପୃଷ୍ଟି ଓ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଶୈକ୍ଷିକ ମହାକୁମ୍ଭରେ ରାଜ୍ୟର ପ୍ରାୟ ସବୁ ଅଂଚଳ, ଭାଷା ଓ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପ୍ରତିନିଧି ଯୋଗଦେଇଛନ୍ତି । ବିଦ୍ୟାର୍ଥୀମାନଙ୍କ ଏହି ବିଶାଳ ଆୟୋଜନ ସହ ପ୍ରଦର୍ଶନୀକୁ ଦେଖିବାକୁ ସାଧାରଣରେ ବହୁ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଏବିଭିପି ଓଡ଼ିଶା ପ୍ରଦେଶର ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ନିର୍ବାଚନ ହୋଇଥିଲା । ନିର୍ବାଚନ ଅଧିକାରୀ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲିପ ଦାସଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ନଗର ଓ ମହାନଗର ଶାଖାରୁ ଆସିଥିବା ମତାମତ ଆଧାରରେ ଡ. ଭାଗିରଥୀ ପୃଷ୍ଟିଙ୍କୁ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ଭାବେ ଶଶିକାନ୍ତ ମିଶ୍ରଙ୍କୁ ପୁର୍ନବାର ନିର୍ବାଚିତ କରାଯାଇଛି । ଆଜିର ବାର୍ଷିକ ସମ୍ପାଦକ ବିବରଣୀ ପାଠ ଅବସରରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଗତ ଶିକ୍ଷା ବର୍ଷରେ ରାଜ୍ୟରେ ପରିଷଦର ସଫଳତା ସଂପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନମାନଙ୍କରେ ମଧ୍ୟ ପରିଷଦ ଛାତ୍ରହିତରେ ଲଢେଇ ଜାରି ରଖିବ ବୋଲି କହିଥିଲେ । ଅଧିବେଶନ ଅବସରରେ ଆଜି ନିର୍ବାଚିତ ରାଜ୍ୟ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସତ୍ରମାନଙ୍କରେ ରାଜ୍ୟ ତଥା ଦେଶର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିଲା । କ୍ଷେତ୍ରିୟ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ଏବିଭିପିର କାର୍ଯ୍ୟପଦ୍ଧତି ବିଷୟରେ ଅଭିଭାଷଣ ରଖିଥିଲେ ।
Comments
Post a Comment