ବାରିପଦା - ଭରତୀୟ ନାଗରିକତା( ସଂଶୋଧନ ) ଅଧିନିୟମକୁ ସମର୍ଥନ ଜଣାଇ ବିଶ୍ବ ସମ୍ବାଦ କେନ୍ଦ୍ର ତରଫରୁ ଏକ ବୁଦ୍ଧିଜୀବି ସମ୍ମିଳନୀ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଅବସରପ୍ରାପ୍ତ ସିଡିଏମ୍ଓ ଡା. ଚନ୍ଦନ ମୁର୍ମୁ ମୁଖ୍ୟ ଅତିଥି ଓ ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀନିବାସ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସିଏଏ ଆଇନର ଜରୁରୀ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଅନେକ ପୂର୍ବରୁ ଦେଶ ପାଇଁ ଏହି ଆଇନ ଅଣାଯିବାର ଆବଶ୍ୟକତା ରହିଥିଲା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ | ସ୍ତମ୍ଭକାର ରବିନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସିଏଏ ଆଇନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୈନିକ ଶାନ୍ତନୁ କୁମାର ଦାଶ, ଲେଖକ ତଥା ନାଟ୍ୟକାର ଜଗଜ୍ଜୀବନ ରଥ, ଶିକ୍ଷାବିତ ପଙ୍କଜ କୁମାର ଜେନା, ଓକିଲ କାବେରୀ ମିଶ୍ର ଓ ସତ୍ୟନାଥ ପରିଡା ଆଲୋଚନାରେ ଭାଗ ନେଇ ସିଏଏର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ | ବିଶ୍ବ ସମ୍ବାଦ କେନ୍ଦ୍ରର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Comments
Post a Comment