ଲଣ୍ଡନ, ୩୦/୧ : ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଭାରତରେ ପ୍ରବଳ ରାଜନୈତିକ ହଟଚମଟ ଲାଗି ରହିଛି । ଗୋଟିଏ ପଟେ ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ଧର୍ମୀୟ ଉତ୍ପୀଡ଼ନ ହେତୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ନିଜର ଭିଟାମାଟି ଛାଡ଼ି ଭାରତକୁ ଆସି ଅତି ଦୟନୀୟ ଭାବେ ବସବାସ କରୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଓପାର୍ସୀ ସମୁଦାୟର ଲୋକଙ୍କୁ ଦେଶର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ସିଏଏ ଲାଗୁ କରାଯାଇଛି ବୋଲି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରୁ ସଡ଼କ ପର୍ଯ୍ୟନ୍ତ କହିଆସୁଥିଲେ ହେଁ ବିରୋଧୀ ଦଳଗୁଡ଼ିକ ଏହାକୁ କଦର୍ଥ କରି ଦେଶବାସୀଙ୍କୁ ଏହା ବିରୋଧରେ ଟିହାଇ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା କରାଉଛନ୍ତି । ଏପରିକି ଏହାକୁ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗର ରୂପ ଦେବାକୁ ମଧ୍ୟ ବିରୋଧୀମାନେ ପଛାଇନାହାନ୍ତି । ସୋସିଆଇ ମିଡିଆରେ ସେମାନଙ୍କ ଏଭଳି ହୀନ ରାଜୀନତି ହେତୁ ଏବେ ସିଏଏ କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପ୍ରସଙ୍ଗରେ ୟୁସୋରାପୀୟ ସଂସଦରେ ମତଦାନ ହେବାକୁ ସ୍ଥିର କରାଯାଇଥିଲା । ତେବେ ସିଏଏ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ ହସ୍ତକ୍ଷେପ କରାଯିବାର ଆବଶ୍ୟକତା ନାହିଁ ବୋଲି ଅଧିକାଂଶ ୟୁରୋପୀୟ ସାଂସଦ ମତ ଦେବା ପରେ ଏହି ପ୍ରସ୍ତାବ ୟୁରୋପୀୟ ସଂସଦରେ କାଟ୍ ଖାଇଥିଲା । ପ୍ରସ୍ତାବଟିକୁ ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ବ୍ରିଟିଶ ସାଂସଦ ସକାଫ ମୋହମ୍ମଦ ଆଣିଥିଲାବେଳେ ଏହାର ସମର୍ଥନରେ ୧୯୯ ଏବଂ ବିରୋଧରେ ୨୭୧ଟି ଭୋଟ୍ ପଡ଼ିଥିଲା । ଫଳରେ ପ୍ରସ୍ତାବଟି ୟୁରୋପୀୟ ସଂସଦରେ କାଟ୍ ଖାଇଛି ଏବଂ ଭାରତର ଏକ ବଡ଼ ଧରଣର କୂଟନୈତିକ ବିଜୟ ହୋଇଛି । ତେଣେ ପ୍ରସ୍ତାବ ଆଗତକାରୀ ବ୍ରିଟିଶ ସାଂସଦ ସକାଫ ମୋହମଦଙ୍କ କାର୍ଯ୍ୟକାଳ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଶେଷ ହେବ

Comments
Post a Comment