ଆଜି ଚତୁର୍ଥ ଟି-୨:୦୫-୦ରେ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ଭାରତ


 ସିରିଜ୍ କବଜା କରିସାରିଥିବା ଟିମ୍ ଇଣ୍ଡିଆ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ଭାରତ ତା\'ର ବେଞ୍ଚ୍ ଷ୍ଟ୍ରେନ୍ଥକୁ ପରୀକ୍ଷଣ କରିବାକୁ ଚାହିଁବ । ପ୍ରଥମ ଟି୨୦ରେ ଭାରତ ୨୦୪ ରନର ବିଶାଳ ଲକ୍ଷ୍ୟକୁ ସହଜରେ ପିଛା କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୧୩୩ ରନର ଟାର୍ଗେଟକୁ ହାସଲ କରିଥିଲା । ବୁଧବାର ତୃତୀୟ ଟି-୨୦ ସୁପର୍ ଓଭରକୁ ଯାଇଥିଲା, ଯେଉଁଥିରେ ରୋହିତ ଶର୍ମା ଶେଷ ଦୁଇ ବଲରେ ଦୁଇଟି ଛକା ମାରି ଭାରତକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ । ତେବେ ସୁପର୍ ଓଭର୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ଅନ୍ତିମ ଓଭରରେ ମହମ୍ମଦ ଶାମି ପ୍ରଥମ ବଲରେ ଛକା ଖାଇବା ପରେ ଜବରଦସ୍ତ କମବ୍ୟାକ୍ କରି ଘରୋଇ ଦଳକୁ ବିଜୟରୁ ବଞ୍ଚିତ କରାଇଥିଲେ ଏବଂ ମୁକାବିଲାକୁ ଟାଇ କରାଇଥିଲେ । ଭାରତ ପ୍ରଥମଥର ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଟି-୨୦ ସିରିଜ୍ ଜିତିବାରେ ସଫଳ ହୋଇଛି । ଉଭୟ ଟିମ୍ ଗୁରୁବାର ହାମିଲଟନରୁ ୱେଲିଂଟନରେ ପହଞ୍ଚିଛନ୍ତି ଏବଂ ଶନିବାର ମାଉଣ୍ଟ ମାଉଙ୍ଗାନୁଇ ଅଭିମୁଖେ ବାହାରିବେ, ଯେଉଁଠାରେ ରବିବାର ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ । ତେଣୁ ଶେଷ ଦୁଇଟି ମ୍ୟାଚ୍ ପାଇଁ ଦୁଇ ଦଳ ପାଖରେ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ । ସାଧାରଣତଃ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ବିଶେଷ ଦେଖିବାକୁ ମିଳେ ନାହିଁ । ଭାରତୀୟ ଟିମ୍ ପାଖରେ ୫-୦ରେ କ୍ଲିନସୁଇପ୍ କରିବା ସହ ଇତିହାସ ରଚିବାର ଭଲ ସୁଯୋଗ ରହିଛି । ଶୁକ୍ରବାର ମ୍ୟାଚରେ ଭାରତ ତା\'ର ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ । ସଞ୍ଜୁ ସାମସନ୍ ଏବଂ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ । ପନ୍ତଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ । ଯଦି ପନ୍ତ ସୁଯୋଗ ପାଅ ।ନ୍ତି, ତାହେଲେ ତାଙ୍କ ବଦଳରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ବାହାରେ ରଖାଯିବୟ ଏହାଛଡ଼ା ପନ୍ତଙ୍କ ଉପସ୍ଥିତିରେ ଲୋକେଶ ରାହୁଲଙ୍କୁ ୱିକେଟକିପିଙ୍ଗ୍ କରିବା ପାଇଁ ସୁଯୋଗ ପାଇବେ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ ।ଶୀର୍ଷ-୩ରେ ରୋହିତ ଶର୍ମା, ରାହୁଲ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସ୍ଥାନ ଏକ ପ୍ରକାର ନିଶ୍ଚିତ । ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର୍ ଭଲ ଫର୍ମରେ ଅଛନ୍ତି । ମନିଷ ପାଣ୍ଡେ ଓ ଶିବମ ଦୁବେଙ୍କୁ ବର୍ତ୍ତମାନ ଅଧିକ ସୁଯୋଗ ମିଳିବାର ଆବଶ୍ୟକତା ରହିଛି । ତେବେ ଶୀର୍ଷ ଚାରିଜଣଙ୍କ ମଧ୍ୟରୁ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । ଶେଷ ଦୁଇ ମ୍ୟାଚରେ ପର୍ଯ୍ୟାୟକ୍ରମେ ରୋହିତ ଓ କୋହଲିଙ୍କୁ ମଧ୍ୟ ଯଦି ବିଶ୍ରାମ ଦିଆଯାଏ, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁୟ ବୋଲିଂରେ ପରିବର୍ତ୍ତନର ଅଧିକ ଅ ।ବଶ୍ୟକତା ରହିଛ । ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ ଏବଂ ନଭଦୀପ ସାଇନି ସୁଯୋଗ ଅପେକ୍ଷାରେ ଅଛନ୍ତି । ଏହି ତିନିଜଣଙ୍କୁ ଏକାଠି ସୁଯୋଗ ମିଳିବ ନାହିଁ, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଜଣେ ସ୍ପିନର୍ ଏବଂ ଜଣେ ପେସ୍ ବୋଲରଙ୍କୁ ରୋଟେଟ୍ କରିପାରନ୍ତି । ସୁନ୍ଦର ଅଷ୍ଟ୍ରେଲିଆର ବଡ଼ ମଇଦାନରେ କୋହଲିଙ୍କ ରଣନୀତିର ଅନ୍ୟତମ ଅଂଶ ଏବଂ ତାଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ସୁଯୋଗ ମିଳିପାରେ । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ସାଇନିଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଯଶପ୍ରୀତ ବୁମରାଙ୍କ ଖେଳିବା ଉପରେ ମଧ୍ୟ କୌଣସି ନିଷ୍ପତ୍ତି ନିଅ ।ଯାଇପାରେ । ହାମିଲଟନରେ ବୁମରା ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯେହେତୁ ବୁମରା ଉଭୟ ଟେଷ୍ଟ ଓ ଦିନିକିଅ । ଦଳରେ ମଧ୍ୟ ସାମିଲ୍ ଅଛନ୍ତି, ତେଣୁ ତାଙ୍କ ଉପରୁ ଅତିରିକ୍ତ ବୋଝ କମ୍ କରିବା ପାଇଁ ଆରାମ ଦିଅ ।ଯାଇପାରେ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା\'ର ଏକାଦଶରେ ପରିବର୍ତ୍ତନ କରିବ । କଲିନ୍ ଡି\'ଗ୍ରାଣ୍ଡହୋମଙ୍କୁ ଅନ୍ତିମ ଦୁଇଟି ମ୍ୟାଚ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ ଏବଂ ତାଙ୍କ ସ୍ଥାନରେ ଟମ୍ ବ୍ରୁସଙ୍କୁ ସାମିଲ୍ କରାଯାଇଛି । ଘରୋଇ ଦଳର ବ୍ୟାଟିଂ ବଡ଼ ସମସ୍ୟା ରହିଆସିଛି । ଟିମକୁ ଓପନର ଭଲ ଷ୍ଟାର୍ଟ ଦେଉଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଏହାକୁ କାଏମ ରଖିପାରୁନାହାନ୍ତି । ହାମିଲଟନରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇପାରିନଥିଲେ । ପରବର୍ତ୍ତୀ ମ୍ୟାଚରେ ୱିଲିୟମସନ୍ ଏବଂ ମାର୍ଟିନ୍ ଗପ୍ଟିଲ୍ ଓପନ୍ କରିବାକୁ ଅ ।ସିପାରନ୍ତି । ଯଦି ଏହା ହେଲା, ତାହେଲେ କଲିନ୍ ମୁନରୋଙ୍କୁ ତୃତୀୟ ସ୍ଥାନରେ ଅ ।ସିବାକୁ ପଡିପାରେ ।

Comments