କେ-୪ ବାଲାଷ୍ଟିକ୍‌ର ସଫଳ ପରୀକ୍ଷଣ


ବିଶାଖପାଟଣା : ଆନ୍ଧ୍ରପ୍ରଦେଶ ଉପକୂଳରୁ ଶୁକ୍ରବାର ଭାରତ କେ-୪ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଡିଆର୍‌ଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ଗୋଟିଏ ସପ୍ତାହରେ ୨ୟ ସଫଳ ପରୀକ୍ଷଣ । ୩୫୦୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷମତା ସମ୍ପନ୍ନ ଏହି କେ-୪ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରକୁ ଏକ ବୁଡାଜାହାଜରୁ ନିକ୍ଷେପ କରାଯାଇଥିଲା । ବିଶାଖପାଟଣାଠାରୁ ସମୁଦ୍ରରୁ ୩୦ କିଲୋମିଟର ନଟିକାଲ୍ ମାଇଲ୍ ଦୂରରେ ଏହାର ପରୀକ୍ଷଣ କରାଯାଇଛି । ଡିଆର୍‌ଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଏହି କେ-୪ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରକୁ ଆଇଏନ୍‌ଏସ୍ ଅରିହନ୍ତ ଭଳି ବୁଡାଜାହାଜରୁ ନିକ୍ଷେପ କରାଯାଇ ପାରିବ । ଗତ ୨ ବର୍ଷ ଧରି ଏହାକୁ ନିକ୍ଷେପ କରିବା ପାଇଁ ହୋଇଥିବା ଅନେକ ଉଦ୍ୟମ ବିଫଳ ହେବା ପରେ ଗତ ୨୦ ତାରିଖରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଆଜି ଏହାର ଦ୍ୱିତୀୟ ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଉଭୟ ସ୍ଥଳ, ଜଳ ଓ ଆକର୍ଶମାର୍ଗରୁ ନିକ୍ଷେପ କରାଯାଇ ପାରିବ । ପରମାଣୁ କ୍ଷମତା ସମ୍ପନ୍ନ ଏଭଳି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ଭାରତ, ଆମେରିକା, ଋଷ, ଫ୍ରାନ୍ସ, ବ୍ରିଟେନ ଓ ଚୀନ୍ ଭଳି ଦେଶ ସହ ସମକକ୍ଷ ହୋଇପାରିଛି ।

Comments