ଦେଶର ୬୦ଟି ଜିଲ୍ଲା ମାଓବାଦ କବଳରେ



ଭୁବନେଶ୍ୱର : ୨୦୦୭ ମସିହାରେ ଦେଶର ପ୍ରାୟ ଅଧା ରାଜ୍ୟରେ ମାଓବାଦର ଚେର ଲମ୍ବିଥିଲା କିନ୍ତୁ ଏବେ ବିଶେଷକରି ୮ଟି ରାଜ୍ୟରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ବର୍ତ୍ତମାନ ଦେଶର ୬୦ଟି ଜିଲ୍ଲାରେ ମାଓବାଦ କବଳରେ । ସେଥିମଧ୍ୟରୁ ଓଡିଶାରେ ୫ଟି ଜିଲ୍ଲାରେ , ଝାରଖଣ୍ଡରେ ୧୪ଟି , ବିହାରରେ ୫ଟି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାରେ ୧୦ଟି ଜିଲ୍ଲାରେ , ମଧ୍ୟପ୍ରଦେଶରେ ୮ଟି ଜିଲ୍ଲାରେ ,ମହାରାଷ୍ଟ୍ରରେ ୨ଟି ଜିଲ୍ଲାରେ ଓ ପଶ୍ଚିମବଙ୍ଗରେ ୮ଟି ଜିଲ୍ଲା ମାଓବାଦ ଦ୍ୱାରା ପ୍ରଭାବିତ । ଜନସମର୍ଥନ ଏହି ଆନ୍ଦୋଳନ ପଛରେ ନାହିଁ । ଗରିବ ଖଟିଖିଆ ଲୋକଟିକ ତା’ର ହକ ଦେବା ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ କେବଳ ରକ୍ତପାତରେ ସୀମିତ ରହିଯାଇଛି । ଅନେକ ପୋଲିସ ଓ ପାରାମିଲିଟାରି ଯବାନ ସହୀଦ ହୋଇଛନ୍ତି । ଅନେକ ସଂସାର ଆରମ୍ଭ ହେଉ ହେଉ ଉଜୁଡି ଯାଏ । ମାଓବଦୀ କ୍ୟାଡରମାନେ ମୁଖ୍ୟତ ଆନ୍ଧ୍ରପ୍ରଦେଶର । ସେମାନଙ୍କ ଆତ୍ମୀୟ ପରିଜନ ମାନେ ହିଁ ଦେଶର ଅଧିକାଂଶ ଅଞ୍ଚଳରେ ନକ୍ସାଲାଇଟ ମାନଙ୍କର ନେତୃତ୍ୱ ନେଉଛନ୍ତି । କିନ୍ତୁ ଆନ୍ଧ୍ର ପ୍ରଦେଶରେ ସେମାନେ କୌଣସି ହିଂସାକାଣ୍ଡ କରୁନାହାଁନ୍ତି । ଆନ୍ଧ୍ରର ମାଓ ଦମନ ପାଇଁ ଗଠିତ ହୋଇଥିବା ଗ୍ରେହାଉଣ୍ଡ ସ୍ୱତନ୍ତ୍ର ପୋଲିସ ଫୋର୍ସର ଭୟରେ ସେମାନେ ମୁଖ୍ୟତ ଓଡିଶାର ମାଲକାନଗିରି ଜିଲ୍ଲାରେ ଲୁଚି ରହିଥାନ୍ତି । ଛତିଶଗଡରେ ପୋଲିସ ସହ ଏମାନଙ୍କ ପ୍ରାୟତଃ ସଂଘର୍ଷ ହୋଇଥାଏ । ସେଠାରେ ପୋଲିସର କୁମ୍ବିଂ ହେଲାବେଳେ ଛତିଶଗଡ ସୀମାକୁ ଲାଗିଥିବା ମାଲକାନଗିରି ଜିଲ୍ଲାରେ ଏମାନେ ଆଶ୍‌୍ରୟ ନେଇଥାନ୍ତି । କିନ୍ତୁ ଏବେ ଏଠାକାର ଗ୍ରମବାସୀମାନେ ମାଓବାଦୀଙ୍କ ସହ ସବୁ ମୋହ ଓ ଭୟର ସମ୍ପର୍କକୁ ଛିନ୍ନ କରିବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବର୍ଷ ବର୍ଷ ଧରି ମାଓବାଦୀମାନେ ଏଠାରେ ଭୟର ବାତାବରଣ ସୃଷ୍ଟି କରିଥିଲେ କିନ୍ତୁ ସବୁଦିନ ସମାନ ଯାଏନି ।

Comments