୯୪୦୦ ଜଣ ଦେଶଦ୍ରୋହୀଙ୍କ ସମ୍ପତ୍ତିକୁ ବିକ୍ରୀ ପାଇଁ କମିଟି ଗଠିତ



ନୂଆଦିଲ୍ଲୀ : ଦେଶରେ ମହଜୁଦ ଥିବା ୯୪୦୦ ଦେଶଦ୍ରୋହୀଙ୍କ ସମ୍ପତ୍ତିକୁ ବିକ୍ରୀ କରିବା ଲାଗି ମୋଦି ସରକାର ୩ଟି ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରିବାକୁ ସ୍ଥିର କରିଛନ୍ତି । ଏହି କମିଟି ୩ଟି ବିଭିନ୍ନ ଦେଶଦ୍ରୋହ, ଘୋଟାଲା ଆଦିରେ ସମ୍ପୃକ୍ତ ଥାଇ ତଦନ୍ତକାରୀ ସଂସ୍ଥା ଦ୍ୱାରା କୋରକ ହୋଇଥିବା ଦେଶଦ୍ରୋହୀଙ୍କ ସମ୍ପତ୍ତିଗୁଡ଼ିକୁ ବିକ୍ରୀ କରିବା ନିମନ୍ତେ ଆବଶ୍ୟକ ଆଇନଗତ ଉପାୟ ନିର୍ଦ୍ଧାରଣ କରିବେ । ଯଦି ଏଭଳି ହୁଏ ତା’ହେଲେ ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରୀ କରିବା ପରେ ମୋଦି ସରକର ଏଥିରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଲାଭ କରିବେ । ପ୍ରକାଶ୍ୟ ଯେ, ଦେଶଦ୍ରୋହ ମାମଲାରେ ସମ୍ପୃକ୍ତ ଥାଇ ଗିରଫଦାରୀ ଭୟରେ ଅନେକ ଆରୋପୀ ଦେଶଛାଡ଼ି ଏବେ ପାକିସ୍ତାନ ବା ଚୀନରେ ଆତ୍ମଗୋପନ କରିଛନ୍ତି । ଏଣୁ ଦେଶରେ ଥିବା ସେମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରି ତାକୁ ବିକ୍ରୀ କରିବାକୁ କେ୍‌ଦ୍ର ସରକାର ସ୍ଥିର କରି ଏଥିନିମନ୍ତେ ୩ଟି କମିଟି ଗଠନ କରିବାକୁ ସ୍ଥିର କରିଛନ୍ତି । ଏହି ୩ କମିଟିର ନେତୃତ୍ୱ ଯଥାକ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ନେବେ । ଉଳ୍ଲେଖ ଥାଉ କି, ଦେଶରେ ଏବେ ୯୨୮୦ ଜଣ ପାକିସ୍ତାନୀ ନାଗରିକ ଏବଂ ୧୨୬ ଜଣ ଚୀନ ନାଗରିକଙ୍କ ଶତ୍ରୁ ସମ୍ପତ୍ତି ରହିଛି । େତେବ ସବୁଠାରୁ ଅଧିକ ସଂଖ୍ୟକ ଶତ୍ରୁ ସମ୍ପତ୍ତି ଉତ୍ତର ପ୍ରଦେଶରେ ରହିଛି । ଉତ୍ତର ପ୍ରଦେଶରେ ଏବେ ସର୍ବାଧିକ ୪୦୦୦ରୁ ବେଶୀ ଶତ୍ର ସମ୍ପତ୍ତି ଥିଲାବେଳେ ପଶ୍ଚିମବଙ୍ଗରେ ୨୭୦୦ଟି ଏବଂ ରାଜଧାନୀ ଦିଲ୍ଲୀରେ ୪୮୭ରୁ ଅଧିକ ସଂଖ୍ୟକ ଶତ୍ରୁ ସମ୍ପତ୍ତି ଥିବା ଜଣାପଡ଼ିଛି ।

Comments