ହିନ୍ଦୁସ୍ଥାନର ନିର୍ଯାତିତ ହିନ୍ଦୁ!



ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଏହା କେବଳ ଭାରତରେ ହିଁ ସମ୍ଭବ! ଏକ କଲ୍ପିତ ସଂଖ୍ୟାଲଘୁଙ୍କ ପ୍ରତି ଅବହେଳାର ଆରୋପ ଲଗାଇ ରାଜ୍ୟହରା ନିର୍ଯାତିତ ହିନ୍ଦମାନଙ୍କୁ ନାଗରିକତା ଦେବା ପାଇଁ ଆସିଥିବା ସିଟିଜେନ ଆମେଣ୍ଡମେଂଟ ଆଇନ କୁ ତଥାକଥିତ ସେକୁଲାର ଦଳ ମାନେ ବିରୋଧ କରି ଆକାଶ ପାତାଳ ଏକ କରିଦେଇଛନ୍ତି । ମାତ୍ର ସେମାନେ ଥରେ ମଧ୍ୟ ନିଜ ଜନ୍ମ ମାଟିରେ ୩୦ ବର୍ଷଧରି ନିର୍ବାସିତ କାଶ୍ମିରୀ ପଣ୍ଡିତ ମାନଙ୍କ କଥା ଭାବି ନାହାଁନ୍ତି । ପଣ୍ଡିତ ମାନେ ଜାମୁ ଓ କାଶ୍ମୀର ର ମୂଳ ଅଧିବାସୀ । ସେମାନେ ନିଜକୁ ପଂଚଗୈାଡ ସାରସ୍ୱତ ଭ଼ଟ, ଶୈବ ବ୍ରାହ୍ମଣ ବୋଲି ଦାବି କରନ୍ତି । ଭାରତ ରେ ଥିବା ମହାରାଷ୍ଟ୍ରର ଚିତପାବନ, ପ୍ରଭୁ, ଗୁଜୁରାଟ ର ନଗର ବ୍ରାହ୍ମଣ, କେରଳର ନମ୍ବୁଦୀପଦ୍ରୀ, ପଂଜାବ ର କ୍ଷତ୍ରୀ ଓ ଉତର ପ୍ରଦେଶର କାୟସ୍ଥ, ବଙ୍ଗଳାର ଭଦ୍ର ଲୋକଙ୍କ ପରି ଶିକ୍ଷା ଓ ରାଜକାର୍ଯରେ ଅନ୍ୟାନ୍ୟ ସଂପ୍ରଦାୟ ଙ୍କ ଠାରୁ ସେମାନେ ବହୁଆଗରେ ଥିଲେ । କାଶ୍ମିର ଉପତ୍ୟକାରେ ଥିବା ଖିର ଭବାନି ମାର୍ଚଣ୍ଡ ସୁର୍ଯ ମନ୍ଦିର,ଶାରଦା ପୀଠ,ବାବା ଅମରନାଥ ସେମାନଙ୍କର ପବିତ୍ର ପୁଜାସ୍ଥଳୀ ଥିଲା ।  ତ୍ରୟୋଦଶ ଶତାବ୍ଦୀ ରେ ତୁର୍କ ମୁସଲମାନ ମାନେ ଏହି ରାଜ୍ୟ ଅଧିକାର କଲେ । ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହେଲା । ସେମାନଙ୍କ ମନ୍ଦିର ମାନ ଭାଙ୍ଗି ଦିଆଗଲା । ପଣ୍ଡିତ ମାନଙ୍କ ଛଡା ଅନ୍ୟ ହିନ୍ଦୁ ମାନେ ଇସଲାମ ଧର୍ମ ଗ୍ରହଣ କରିଦେଲେ ।୧୫୮୭ ମସିହା ରେ ମୋଗଲ ବାଦଶା ଆକବର କାଶ୍ମୀର ଅଧିକାର କଲେ । ସେ ପଣ୍ଡିତ ମାନଙ୍କ ପ୍ରତି ସଦୟ ଥିଲେ । ସେମାନଙ୍କ ଜ୍ଞାନ ରେ ମୁଗ୍ଧ ହୋଇ ସେମାନଙ୍କୁ ପଣ୍ଡିତ ଉପାଧି ସେ ହିଁ ଦେଲେ । ପରେ ଆଫଗାନ ଓ ଶିଖ ମାନେ ଏହାର ଶାସକ ହେଲେ ।୧୮୪୬ ମସିହାରେ ଇଂରେଜ ମାନେ ଏହା ଅଧିକାର କରି ୮୦ଲକ୍ଷ ଟଙ୍କା ରେ ଡୋଗ୍ରା ଶାସକ ଗୁଲାବ ସିଁ କୁ ତାହାକୁ ବିକି ଦେଲେ । ଏହି ଶାସନ ୧୯୪୭ ମସିହା ପର୍ଯନ୍ତ ଚାଲିଲା । ହିନ୍ଦୁ ଶାସନ ରେ ପଣ୍ଡିତମାନେ ବହୁ ଭାବରେ ଉପକୃତ ହୋଇଥିଲେ । ବଡବଡ ରାଜକାର୍ଯ୍ୟରେ ସେମାନେ ନିୟୋଯିତ ହୋଇଥିଲେ । ୧୯୪୭ ମସିହା ରେ ଭାରତ ସ୍ୱାଧିନତା ପାଇଲା ପରେ ପଣ୍ଡିତ ଙ୍କ ଦୁର୍ଦ୍ଧଶା ଆରମ୍ଭ ହେଲା । ରାଜା ହରି ସିଂ ଭାରତ ସହ କାଶ୍ମୀର ର ମିଶ୍ରଣ ଚୁକ୍ତି ରେ ସ୍ୱାକ୍ଷର କଲେ । ସେଖ୍ ଅବଦୁଲା ପ୍ରଧାନମନ୍ତ୍ରୀ ହେଲେ । ତାଙ୍କ ଚାପ ରେ ନେହେରୁ ମହାରାଜାଙ୍କୁ ରାଜ୍ୟ ରୁ ନିର୍ବାସିତ କଲେ । ମଲାପର୍ଯନ୍ତ ସେ ଆଉ ରାଜ୍ୟ ମୁହଁ ଦେଖିପାରିଲେ ନାହିଁ । ପଣ୍ଡିତ ମାନଙ୍କର ସମସ୍ତ ସୁବିଧା ପ୍ରତ୍ୟାହାର କରିଦିଆଗଲା । ୧୯୫୦ ମସିହା ର ଭୂସଂସ୍କାର ଆଇନ ବଳରେ ସେମାନଙ୍କ ଜମି କ୍ଷତିପୁରଣ ଦିଆ ନହୋଇ ସରକାର ନେଇଗଲେ । ୨୦ ଶତକଡା ପଣ୍ଡିତ ରାଜ୍ୟ ଛାଡି ଅନ୍ୟ ରାଜ୍ୟ କୁ ଚାଲିଗଲେ । କାଶ୍ମିର ରେ ଆତଙ୍କ ବାଦ କାର୍ଯକଳାପ ବଢି ଚାଲିଲା । ସେମାନଙ୍କ ର ମୁଖ୍ୟ ଲକ୍ଷ୍ୟ ହେଲେ ପଣ୍ଡିତ ସଂପ୍ରଦାୟ । ସେମାନଙ୍କର ସଂଖ୍ୟା ମାତ୍ର ଶତକଡା ୫ ଭାଗ ଥିଲା । ସେମାନଙ୍କୁ ଧମକ ଦିଆଗଲା.ମନ୍ଦିର ମାନ ଭାଙ୍ଗିଦିଆଗଲା,ନାରୀ ମାନଙ୍କୁ ଅପହରଣ କରାଗଲା । ୧୯୯୦ ମସିହା ଜାନୁୟାରୀ ୧୯ ତାରିଖ ଦିନ ଉପତ୍ୟକା ର ବିଭିନ୍ନ ମସ୍‌ଯିଦ ରୁ ମାଇକ ଲଗାଇ ପ୍ରଚାର କରାଗଲା, “ପଣ୍ଡିତ ମାନେ ରାଜ୍ୟ ଛାଡି ଚାଲି ଯାଆନ୍ତୁ,ନଚେତ ମାରି ଦିଆଯିବ” । ସ୍ତ୍ରୀ ମାନଙ୍କୁ ମୁସଲମାନ ଙ୍କ ପାଇଁ ଛାଡି ଯିବାକୁ କୁହାଗଲା । ମସଜିଦ କାନ୍ଥରେ ପଣ୍ଡିତ ମାନଙ୍କ ର ତାଲିକା ଟଙ୍ଗା ଯାଇ ସେମାନଙ୍କୁ ମାରିବା ପାଇଁ ଆତଙ୍କବାଦୀ ମାନଙ୍କୁ ନିର୍ଦ୍ଦେଶ ଦିଆଗଲ ।ା ଘରେ ବମ୍ ଲଗାଗଲା । ଜୀବନ ଭୟ ରେ ସେମାନେ ରାଜ୍ୟ ଛାଡି ଜାମୁ ଓ ଦିଲ୍ଲୀ ଅ-ଳ କୁ ପଳାଇଲେ । ପ୍ରାୟ ୩ଲକ୍ଷ ଲୋକ ବର୍ତ୍ତମାନ ଶରଣାର୍ଥୀ ହୋଇ ଶିବିର ମାନଙ୍କ ରେ ରହୁଛନ୍ତି । ସେମାନଙ୍କ ସଂଖ୍ୟା ରାଜ୍ୟ ରେଏବେ ୩୪୩ ପରିବାର ଓ ସଂଖ୍ୟା ୩୦୦୦ କୁ ଖସି ଗଲାଣ ିାସ୍ୱାଧିନତା ବେଳେ ସେମାନଙ୍କ ସଂଖ୍ୟା ୮ ଲକ୍ଷ ଥିଲା । କେବଳ ମହାରାଷ୍ଟ୍ର ର ଶିବସେନା ଦଳ ସେମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛି । କୈାଣସି ସେକୁଳାର ଦଳ ମୈାଖିକ ସମବେଦନା ମଧ୍ୟ ଜଣାଇନାହାନ୍ତି,ସତେ ଯେପରି ହିନ୍ଦୁ ହେବା ସେମାନଙ୍କ ପାଇଁ ପାପ । ବର୍ତ୍ତମାନ ସେମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଗେଇଆସିଛି । ସମସ୍ତ ବିବାଦ ର ମୂଳ ୩୭୦ ଧାରା କୁ ଉଠାଇ ଦିଆଯାଇଛି, ପଣ୍ଡିତ ମାନେ ଫେରିବା ପାଇଁ ପ୍ରୋସ୍‌ଛାହନ ଦିଆ ଯାଉଛି । ମାତ୍ର ଜଣେ ପରିବାର ଏ ପର୍ଯନ୍ତ ସରକାର ଙ୍କ କଥା ରେ ବିଶ୍ୱାସ କରି ଘର କୁ ଫେରିଛନ୍ତିା ୨୦୧୫(ସୁଦ୍ଦା)ା ସେହିବ,ର୍ଷ ୧୧୬୮ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ୨୦୧୬ ମସିହାରେ ୧୮୦୦ ଜଣ ପଣ୍ଡିତ ଯୁବକ ଫେରିବାର ଦାବି କରାଯାଇଛି ।୧୯୯୦ ରୁ ୨୦୧୧ ମଧ୍ୟରେ ୩୯୯ଜଣ ପଣ୍ଡିତଙ୍କୁ ହତ୍ୟା କରାଯାଇଥିବା ଏକ ସର୍ଭରେୁ ଜଣା ପଡିଛି । ସେମାନେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ କାଶ୍ମିର ରୁ ଅଲଗା କରି ି(ପନୁର କାଶ୍ମିର) ପଣ୍ଡିତ ମାନଙ୍କୁ ଦେବାପାଇଁ ଦାବି କରୁଛନ୍ତିା ବର୍ତ୍ତମାନ ଜାମୁ ,କାଶ୍ମିର କୁ ଦୁଇଖଣ୍ଡ କରି ଦୁଇଟି କେନ୍ଦ୍ର ଶାସିତ ଅ-ଳ କରାହୋଇଛି । ମନହେୁଏ ନିର୍ଯାତିତ ପଣ୍ଡିତ ମାନଙ୍କ ର ସୁଦିନ ଆସିବାର ସମୟ ଆସି ଗଲାଣି । ୨୦୦୯ ମସିହାରେ ଆମେରିକାର ଓରେଗାଁ ରାଜ୍ୟ, ୧୪ ସେପରଟେମ୍ବର ୨୦୦୭ କୁ ସହୀଦ ଦିବସ ରୁପେ ପାଳନ କରି କାଶ୍ମିର ପଣ୍ଡିତ ମାନଙ୍କ ଉପରେ ହୋଇଥିବା ଗଣହତ୍ୟାର ପ୍ରତିବାଦ କରାହୋଇଛି । ମାତ୍ର ନିଜ ଦେଶରେ ସେମାନଙ୍କୁ ତାହା ମିଳିନାହିଁ-ଏହାହିଁ ବିଡମ୍ବନା ।

ନବରଙ୍ଗପୁର,


Comments