ନୂଆଦିଲ୍ଲୀ, ୨୮/୧ : ଦିଲ୍ଲୀର ଶାହିନବାଗ ଠାରେ ଉସ୍କାଇବା ଭଳି ଭାଷଣ ଦେଇଥିବାରୁ ଶରଜୀଲ ଇମାମକୁ ବିହାର ଜେହାନବାଦ କାକୋ ଥାନା ଅଂଚଳରୁ ଗିରଫ କରାଯାଇଛି ବୋଲି କ୍ରାଇମ୍ ବ୍ରାଂଚ ଡିସିପି ରାଜେଶ ଦେବ ପ୍ରକାଶ କରିଛନ୍ତି ।
ଡିସିପି ରାଜେଶ ଦେବ କହିଛନ୍ତି ଶରଜୀଲ ଇମାମର ଦୁଇଟି ଭିଡିଓ ପୋଲିସ ଦେଇଛନ୍ତି । ଏଥିରୁ ଗୋଟିଏ ଭିଡିଓ ଆଲିଗଡର ଓ ଅନ୍ୟଟି ଦଲ୍ଲୀର । ଗତ ଜାନୁଆରୀ ୨୫ ତାରିଖରୁ ଶରଜୀଲ ଉପରେ ରାଜଦ୍ରୋହ ମାମଲ ରୁଜୁ କରାଯାଇଛି ।
ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଆସାମକୁ ବାକି ଦେଶ ଠାରୁ ଅଲଗା କରିଦେବା ଲାଗି ଆୟୋଜିତ ଏକ ସଭାରେ ଲୋକଙ୍କୁ ଟିହାଉଥିବା ଜବାହରଲାଲ ନେହରୁ ୟୁନିଭର୍ସିଟି (ଜେଏନ୍ୟୁ)ର ଛାତ୍ର ଶର୍ଜିଲ ଇନାମୀକୁ ୩ ଦିନର ଲଗାତାର ଛାପାମାରି ପରେ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଦେଶଦ୍ରୋହୀ ଶର୍ଜିଲକୁ ତା’ର ପୈତୃକ ଗ୍ରାମ ଜହାନାବାଦର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ମାତ୍ର ସେତେବେଳେ ବି ଶର୍ଜିଲକୁ ପୁଲିସ ପାଇନଥିଲା । ଶେଷରେ ଶର୍ଜିଲର ସାନ ଭାଇକୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ପରେ ଆତ୍ମଗୋପନ କରିଥିବା ଶର୍ଜିଲକୁ ପୁଲିସ ଗିରଫ କରିଥିଲା । ପ୍ରକାଶ୍ୟ ଯେ, ଗତ ୨୪ ତାରିଖରେ ଦିଲ୍ଲୀର ଶାହିନବାଗ ଠାରେ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନର ମୁଖ୍ୟ ଆୟୋଜକ ବୋଲାଉଥିବା ଶର୍ଜିଲ ଆସାମକୁ ଅବିଶିଷ୍ଟ ଭାରତରୁ ଅଲଗା କରିଦେବା ଉଚିତ ବୋଲି କହିଥିଲା । ଭାଇରାଲ ହୋଇଥିବା ଶର୍ଜିଲର ଭିଡିଓରେ ସେ ସିଏଏକୁ ବିରୋଧ କରି କହିଥିଲା ଯେ, ଯଦି ଅଣମୁସଲମାନଙ୍କ ଆମ ପ୍ରତି ସହାନୁଭୂତି ଅଛି ତା’ହେଲେ ଆମ ସାଥୀରେ ଚାଲିଥିବା ଆନ୍ଦୋଳନରେ ଠିଆ ହୁଅନ୍ତୁ । ଯଦି ଆମ ସର୍ତ୍ତରେ ସେମାନେ ରାଜି ହୋଇପାରିବେ ନାହିଁ ତା’ହେଲେ ସେମାନେ ଆମର ହିତୈଷୀ ନୁହଁନ୍ତି । ଆସାମକୁ ଅବଶିଷ୍ଟ ଭାରତରୁ କାଟିଦେବା ଆମର ଦାୟିତ୍ୱ । ନିକଟରେ ବିହାରରେ ସିଏଏ ବିରୋଧରେ ବହୁତଗୁଡ଼ିଏ ର୍ୟାଲି ହୋଇସାରିଲାଣି । ଛାତ୍ରନେତା କହ୍ନୈୟା କୁମାରଙ୍କ ନେତୃତ୍ୱରେ ସିଏଏ ବିରୋଧରେ ୫ ଲକ୍ଷ ଲୋକ ପ୍ରଦର୍ଶନ କରିଥିଲେ । ଯଦି ଏହି ୫ ଲକ୍ଷ ଲୋକ ଆମ ସହିତ ଯୋଗ ଦିଅନ୍ତି ତା’ହେଲେ ଆମେ ଆସାମକୁ ସବୁଦିନ ପାଇଁ ଭାରତରକୁ ଅଲଗା କରିଦେବୁ । ଯଦିଓ ବି ସବୁଦିନ ପାଇଁ ନୁହେଁ ତଥାପି ଅତି କମ୍ରେ ୧ ମାସ ପର୍ଯ୍ୟନ୍ତ ଆସାମକୁ ଭାରତ ଠାରୁ ବିଚ୍ଛିନ୍ନ କରିଦେବୁ । ଆସାମର ସଡ଼କପଥ, ରେଳପଥକୁ ଏଭଳି ଭାବେ ଅବରୋଧ କରି ରଖିବୁ ଯେ ସେଠାକୁ କେନ୍ଦ୍ର ସୁରକ୍ଷା ବାହିନୀ ବା ସେନାବାହିନୀ ପହଞ୍ôଚପାରିବେ ନାହିଁ କିମ୍ବା ସେନାବାହିନୀକୁ ଦିଲ୍ଲୀରୁ କୌଣସି ସହୟତା ମିଳିପାରିବ ନାହିଁ । ସେପଟେ ଜେଏନ୍ୟୁ ଛାତ୍ର ଶର୍ଜିଲ ଇନାମର ଏହି ବିବାଦୀୟ ଭାଷଣ ପରେ ତା’ ବିରୋଧରେ ଆସାମ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ତା’ ବିରୁଦ୍ଧରେ ଆଇପିସି ଏବଂ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନ୍ଏସ୍ଏ) ଅନ୍ତର୍ଗତ କ୍ରାଇମ୍ବ୍ରାଞ୍ଚ ମାମଲା ରୁଜୁ କରିଥିଲା । ତେବେ ଗିରଫଦାରୀ ଭୟରେ ଭାରତକୁ ଖଣ୍ଡ ବିଖଣ୍ଡିତ କରିବାର ସ୍ୱପ୍ନ ଦେଖୁଥିବା ଶରଜିଲ ବିହାରର ଜହାନାବାଦସ୍ଥିତ ନିଜ ଗ୍ରାମରେ ଆତ୍ମଗୋପନ କରିଥିଲା । ତେଣେ ତାକୁ ଗିରଫ କରିବା ଲାଗି ଦିଲ୍ଳୀ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଆଦି ୩ଟି ରାଜ୍ୟର ପୁଲିସ ୩ ଦିନ ଧରି ଅବିରାମ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।
Comments
Post a Comment