ଇସଲାମାବାଦ : ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇର ଛତ୍ରଛାୟା ତଳେ ରହି ସ୍ୱତନ୍ତ୍ର ପଞ୍ଜାବ ପ୍ରଦେଶ ଗଠନର ଦାବି କରିଆସୁଥିବା ଖଲିସ୍ତାନ ଆତଙ୍କବାଦର ସମର୍ଥନ କରୁଥିବା ଏବଂ ଭାରତ ମଧ୍ୟକୁ ମାରାତ୍ମକ ଡ୍ରଗ୍ସର ଚୋରାଚାଲାଣ କରାଉଥିବା ଆତଙ୍କବାଦୀ ହରମିତ ସିଂହ ଓରଫ ପିଏଚ୍ଡିକୁ ତା’ର ପ୍ରତିଦ୍ୱନ୍ଦ୍ୱୀମାନେ ପାକିସ୍ତାନରେ ଗୁଳି କରି ହତ୍ୟା କରିଛନ୍ତି । ଦେଶଦ୍ରୋହ ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପୁଲିସର ରାଡାରକୁ ଆସିସାରିଥିବା ପିଏଚ୍ଡି ଗିରଫଦାରୀ ଭୟରେ ଭାରତ ଛାଡ଼ି ପାକିସ୍ତାନରେ ଆତ୍ମଗୋପନ କରିଥିଲା । ସେ ସେଠାରେ ଆଇଏସ୍ଆଇର ଛତ୍ରଛାୟା ତଳେ ରହି ପଞ୍ଜାବ ଓ ରାଜସ୍ଥାନ ମଧ୍ୟକୁ ଡ୍ରଗ୍ସର ଚୋରାଚାଲାଣ କରିବା ସହ ଖାଲିସ୍ତାନ ଆତଙ୍କବାଦୀମାନଙ୍କୁ ପାଣ୍ଠି ମଧ୍ୟ ଯୋଗାଉଥିଲା । ଖାଲି ସେତିକି ନୁହେଁ ପଞ୍ଜାବରେ ଆରଏସ୍ଏସ୍ ଓଶିବସେନା ନେତାମାନଙ୍କୁ ମଧ୍ୟ ହତ୍ୟା କରିବା ଲାଗି ପିଏଚ୍ଡି ଷଡ଼ଯନ୍ତ୍ର କରିଆସୁଥିଲା । ତେବେ ଗତ ସୋମବାର ଲାହୋରର ଏକ ଗୁରୁତ୍ୱାରା ଠାରେ ତାକୁ ତା’ର ପ୍ରତିଦ୍ୱନ୍ଦ୍ୱୀ ନିଶା ବେପାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ବ୍ୟବସାୟ ଜନିକ ଶତ୍ରୁତା ହେତୁ ହୋଇଥାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।
Comments
Post a Comment