ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବିଶ୍ୱ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନମାନଙ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରୀ ରଖିବ ଜାରୀ ରଖିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ “ଭବିଷ୍ୟତ ଉର୍ଜାର ରୋଡମ୍ୟାପ୍” ପ୍ରସଙ୍ଗ ଉପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଉର୍ଜା କ୍ଷେତ୍ରରେ ଏକ ବଡ ପରିବର୍ତନ ମଧ୍ୟରେ ଗତିଶୀଳ ହେଉଛି । ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୨୦୩୫ ସୁଦ୍ଧା ଉର୍ଜାର ବ୍ୟବହାର ୪.୨ ପ୍ରତିଶତ ବାର୍ଷିକ ବୃଦ୍ଧି ପାଇବାର ଆକଳନ କରାଯାଇଛି । ବିଶ୍ୱର ମୋଟ ପ୍ରାଥମିକ ଉର୍ଜାର ଚାହିଦାରେ ଭାରତର ଭାଗ ୨୦୪୦ ସୁଦ୍ଧା ଦ୍ୱିଗୁଣିତ ତଥା ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇବାର ଲକ୍ଷ୍ୟ ରଖିଛି । ଦେଶରେ ଅଧିକ ଉର୍ଜାର ଉପଲବ୍ଧି ପାଇଁ ଉଦ୍ୟମ ଜାରୀ ରହିଛି । ଭାରତ ସରକାର ଉର୍ଜା ଦକ୍ଷତା, ଉତ୍ପାଦକ, ଚାହିଦା, ରିଫାଇନାରୀ ପ୍ରକ୍ରିୟାରେ ସୁଧାର ଏବଂ ଜୈବ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି । ସେ କହିଛନ୍ତି ଯେ ଆମେରିକା ଏବଂ ଚାଇନା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ । ୨୦୧୭ରେ ଭାରତର ଉର୍ଜା ଚାହିଦା ବୃଦ୍ଧି ପାଇ ୮୮୨ ମିଲିୟନ ଟନ୍ ତୈଳ ସହ ସମତୁଲ୍ୟ ହୋଇଛି । ଏହା ସତ୍ୱେ ଦେଶରେ ମୁଣ୍ଡ ପିଛା ଉର୍ଜାର ବ୍ୟବହାର ବିଶ୍ୱର ହାରାହାରିର ୩୦ ପ୍ରତିଶତ ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଉର୍ଜା ଆବଶ୍ୟକତାକୁ ପୂରା କରିବା ପାଇଁ ତଥା ଦେଶର ବିକାଶରେ ଅଶୋଧିତ ତୈଳର ମହତ୍ୱପୂର୍ଣ୍ଣ ଭୂମିକା ରହିବ । ୨୦୨୨ ସୁଦ୍ଧା ଅଶୋଧିତ ତୈଳର ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ନୂଆ ଋଣନୀତି ଏବଂ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ଭାରତ ସରକାର କାର୍ଯ୍ୟରତ । ବିଶେଷଭାବରେ ଅକ୍ଷୟ ଉର୍ଜାକୁ ଗ୍ରହଣ କରାଯାଇ ତଥା ବିଭିନ୍ନ ଉର୍ଜା କ୍ଷେତ୍ରରୁ ଜୈବ ଇନ୍ଧନ ଉତ୍ପାଦନ କରାଯାଇ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଉଦ୍ୟମ କରାଯାଉଛି । ଅପରପକ୍ଷରେ ପରିବହନ କ୍ଷେତ୍ରର ବିକାଶ କରିବା ପାଇଁ ବ୍ରାଜିଲ ଏବଂ ଆମେରିକା ସହ ସହଯୋଗକୁ ବଢାଯାଇଛି । ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ କ୍ଷେତ୍ରରେ କାର୍ବନର ମାତ୍ରାକୁ ହ୍ରାସ କରିବା ଉପରେ ଏକ ରିପୋର୍ଟକୁ ଉନ୍ମୋଚନ କରିଥିଲେ ।

Comments
Post a Comment