ଶ୍ରୀନଗର : କାଶ୍ମୀରବାସୀ ସେଠାରୁ ଧାରା ୩୭୦ରୁ ଉଚ୍ଛେଦ ପରେ ସେମାନଙ୍କ ପାଇଁ କେଉଁଟା ଭଲ ଓ କେଉଁଟା କ୍ଷତିକାରକ ତାହା ବୁଝିସାରିଲେଣି । ସେମାନେ ଆଉ ଇସ୍ଲାମିକ ମୌଳବାଦୀଙ୍କ ଇଙ୍ଗିତରେ ପରିଚାଳିତ ହେବାକୁ ଚାହୁଁନାହାନ୍ତି । କମ୍ମାୀର ଯୁବକମାନେ ମଧ୍ୟ ବାସ୍ତବତା କ’ଣ ଜାଣିସାରିଲେଣି । ବିଶେଷ କରି ସେନା ଦ୍ୱାରା ଆରମ୍ଭ କରାଯାଇଥିବା ‘ଅପରେସନ ମା’ ହେତୁ ୫୦ ଜଣ ଯୁବକ ଯେଉଁମାନେ ଇସ୍ଲାମିକ ମୌଳବାଦ ଦ୍ୱାରା ପ୍ରଭାବିତ ହୋଇ ଆତଙ୍କବାଦର ରାସ୍ତାରେ ପାଦ ଥାପିଥିଲେ ସେମାନେ ପରେ ନିଜ ନିଜର ମା’ମାନଙ୍କ ସହିତ କଥାବାର୍ତ୍ତା ହେବା ପରେ ଦିଗଭ୍ରଷ୍ଟ ହୋଇଥିବା ଜାଣିପାରି ଆତଙ୍କବାଦର ରାସ୍ତାକୁ ପରିତ୍ୟା କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବୋଲି ଲେଫନାଣ୍ଟ ଜେନେରାଲ କେ.ଜେ.ଏସ୍. ଢିଲୋଁ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେହିପରି ଗତ ଅଗଷ୍ଟ ମାସରୁ ଘାଟିରୁ ଧାରା ୩୭୦ର ଉଚ୍ଛେଦ ପରେ ବିଗତ ୬ ମାସ ମଧ୍ୟରେ ଘାଟିରେ ବିଚ୍ଛିନ୍ନତାବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି ଏବଂ ସେନା ଓ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାପଥର ମାଡ଼ ମଧ୍ୟ ଏକରକମ ଠପ୍ ହୋଇଛି ବୋଲି ଲେଫନାଣ୍ଟ ଜେନେରାଲ ଢିଲୋଁ କହିଛନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ସେନା ନୂତନ ରଣନୀତି ଅନୁଯାୟୀ କାମ କରୁଛି ବୋଲି ଲେଫନାଣ୍ଟ ଜେନେରାଲ ଢିଲୋଁ କହିଛନ୍ତି । ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ସାଧାରଣ ଜୀବନଯାପନ କ୍ରମେ ସ୍ୱାଭାବିକ ହେବା ପାକିସ୍ତାନ ଜମରୁ ହଜମ କରିପାରୁନି । ଏଣୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ସୀମା ଆରପଟେ ଥିବା ଲଞ୍ôଚଂପ୍ୟାଡ୍ରେ ପାକ୍ ସସେନା ଆତଙ୍କବାଦୀମାନଙ୍କୁ ଠୁଳ କରିରଖିଛି । ତେବେ ସୀମାରେ ଆମର ଜୱାନ ଜାଗତିଆର ଅଛନ୍ତି ଏବଂ ସୀମା ଡ଼େଇଁ ଯିଏ ବି ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବ ତାକୁ ସେମାନେ ନିପାତ କରିବେ ବୋଲି ଲେଫନାଣ୍ଟ ଜେନେରାଲ ଢିଲୋଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
Comments
Post a Comment