ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଆଶାସାଥୀ ସଂଘର ୫ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ


ରାୟଗଡା,୧୦ା୨ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାସାଥୀ ସଂଘ ରାଜ୍ୟର ନିଷ୍ପତି କ୍ରମେ ୫ ଦଫା ଦାବୀ ନେଇ ଆଶା ସାଥୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥି ସଂଘର ନିଷ୍ପତି କ୍ରମେ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଦିବାକର ପାତ୍ରଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘର ରାୟଗଡା ଜିଲ୍ଲା ସଭାପତି ଯୋଗେଶ୍ୱର ଦାଶ, ଆଶା ସାଥୀ ସଂଘର ସଭାପତି ପଦ୍ମିନୀ ପଢିହାରୀ, ସଂପାଦକ ମଂଜୁଳା ନିମାଲପୁରୀ ଉପସ୍ଥିତ ଥିଲେ । ୨୦୦୬ ମସିହା ଠାରୁ ଆଶା ଭାବେ ଏବଂ ୨୦୧୩ ମସିହା ଠାରୁ ଆଶା ସାଥି ଭାବେ କାମ କରୁଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ ସେଭଳି ଆଖିଦୃଶିଆ ପ୍ରାପ୍ୟ ପ୍ରଦାନ କରାନଯାଉଥିବା ନେଇ ଆଶା କର୍ମୀ ମାନେ କ୍ଷେଭ ପ୍ରକାଶ କରିଛନ୍ତି । ଆଶା ସାଥୀ ମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ ଆଶା ସାଥ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୬ ହଜାର ଟଙ୍କା ଦରମା ପ୍ରଦାନ, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟଦକ୍ଷତା କରିବା ପାଇଁ ଟ୍ରେନିଂ ପ୍ରଦାନ ଏବଂ ୧୩ ବର୍ଷରୁ ଉର୍ଦ୍ଧ୍ୱ ଚାକିରୀ କରିଥିବା ଆଶା ସାଥୀଙ୍କୁ ମୃତ୍ୟୁକାଳୀନ ସହାୟତା ଏବଂ ବୀମା ପ୍ରଦାନ କରିବା ନିମନ୍ତେ ଦାବୀ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ସାଧାରଣ ସଂପାଦକ ଖୋଗେଶ୍ୱର ସିଂ, ସବିତା କୌଶଲ୍ୟା, ନିର୍ମଳା ନିମାଲା, ବେଲମତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Comments