୧୩ ଗୋରୁ ଉଦ୍ଧାର, ଗାଡି ଜବତ, ଚାଳକ ଗିରଫ


ଭଦ୍ରକ, ୧୯ ଫେବୃୟାରୀ  - ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା କରାଯାଉଥିଲେ ମଧ୍ୟ ଗୋ ଚାଲାଣ ବନ୍ଦ ହେଉନଥିବାର ଜଣାପଡିଛି । କେବଳ ସେତିକି ନୁହେଁ ଅତ୍ୟନ୍ତ ଅମାନୁଷିକ ଭାବେ ଛୋଟ ଛୋଟ ଗାଡିରେ ଏକାଧିକ ଗୋରୁ ବୋଝେଇ କରି ଯେଉଁଭଳି ଚାଲାଣ କରାଯାଉଛି, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏହି ଘଟଣାରେ ମାମଲା ପରେ ମାମଲା ରୁଜୁ ହେଉଛି ସତ, ହେଲେ ଆଇନ୍‌ର ଗଳାବାଟ ଦେଇ ସମସ୍ତେ ଖସିଯାଉଛନ୍ତି । ଫଳରେ ଏହି ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

Comments