ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି


ଚେନ୍ନାଇ,୧୯/୨  : ନିକଟରେ ନୂଆଦିଲ୍ଲୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ମତାମତ ପ୍ରକାଶ ପାଇସାରିଛି । ମତଦାତାମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ଲଗାତାର ୩ୟ ଥର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ଅରବିନ୍ଦ କେଜ୍ରିୱାଲ ଭୋଟରମାନଙ୍କୁ ନାନାଦି ଲୋଭନୀୟ ଅଫରମାନ ଦେବାକୁ ଘୋଷଣା କରିଥିଲେ । ଫଳତଃ ଲୋକେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟିକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇଥିଲେ । ଏବେ ଏହି ଫର୍ମୁଲାକୁ ତାମିଲନାଡୁ ସରକାର ମଧ୍ୟ ଅପଣାଇଛନ୍ତି । ତାମିଲନାଡୁରେ ସଂଖ୍ୟାଲଘୁ ମୁସଲିମଙ୍କ ଭୋଟ ସର୍ବଦା ମହତ୍ତ୍ୱ ରଖିଥାଏ । ଏଣୁ ସେମାନଙ୍କ ଭୋଟ୍‌କୁ ହାତେଇବା ଲାଗି ମୁଖ୍ୟମନ୍ତ୍ରୀ ଇପିପାଇ ପିଲାନୀସ୍ୱାମୀ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି ଆରମ୍ଭ କରିଦେଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ପିଲାନୀସ୍ୱାମୀ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ୍‌ର ଘୋଷଣା କରିଥିଲେ । ଏଥିରେ ରାଜ୍ୟରେ ରହୁଥିବା ମୁସଲିମଙ୍କୁ ଖୁସ୍ କରିଲା ଭଳି ପ୍ରଧାନମନ୍ତ୍ରୀ ପିଲାନୀସ୍ୱାମୀ ବଜେଟ୍ ପ୍ରସ୍ତୁତ କରିଛନ୍ତି । ତଦନୁଯାୟୀ ରାଜ୍ୟରୁ ହଜ୍ ଯାତ୍ରା କରୁଥିବା ହଜ୍ ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ହଜ୍ ହାଉସ୍‌କୁ ୧୫ କୋଟି ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ରାଜ୍ୟରେ ବସବାସ କରୁଥିବା ଉଲେମାମାନକଙ୍କ ମାସିକ ପେନସନ୍ ଭତ୍ତାକୁ ଦ୍ୱିଗୁଣିତ କରିଦେଇଛନ୍ତି । ଫଳତଃ ଏଣିକି ଆଗକୁ ସେମାନେ ୧୫୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ମାସିକ ପେନସନ୍ ଆକାରେ ପାଇବେ । ଏଥିସହ ଉଲେମାମାନଙ୍କୁ ଯେ କୌଣସି ୨ ଚକିଆ ଯାନ କ୍ରୟ ସମୟରେ ସେମାନଙ୍କୁ କ୍ରୟ କରାଯାଉଥିବା ମଡେଲ୍ ଉପରେ ରାଜ୍ୟ ସରକାର ୫୦% ସବ୍‌ସିଡି ବହନକରିବେ ବୋଲି ମୁଖ୍ୟମନ୍ତ୍ରୀ ପିଲାନୀସ୍ୱାମୀ ଘୋଷଣା କରିଛନ୍ତି । ଏଥିସହ ଆସନ୍ତା ଫେବୃୟାରୀ ୨୪ ତାରିଖକୁ ତାମିଲନାଡୁର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଜନ୍ମଦିବସ ପାଳନ ଅବସରରେ ଏହାକୁ ରାଜ୍ୟ ମହିଳା ଶିଶୁ ସଂରକ୍ଷଣ ଦିବସ ଭାବେ ପାଳନ କରାଯିବ ବୋଲି ସେ କହିଥିଲେ । ସେହିଭଳି ରାଜ୍ୟର ଯେ କୌଣସି ୩ଟି ଜିଲ୍ଲାରେ ଏକ ସର୍ଭେ କରାଯିବ ଏବଂ ଯେଉଁ ରାଜ୍ୟଗୁଡ଼ିକରେ ଅଧିକ ଅନୁପାତରେ ଝିଅମାନେ ଥିବେ ସେହି ଜିଲ୍ଲାଗୁଡ଼ିକ ଅନୁପାତାନୁଯାୟୀ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଚ ପୁରସ୍କାର ପ୍ରଦାନକରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିଲାନୀସ୍ୱାମୀ କହିଛନ୍ତି ।

Comments