ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ନିଜ ନିଜର ପିତାମାତାଙ୍କୁ ଏକ ଭକ୍ତିମୟ ପରିବେଶ ପୂଜନ କରିଥିବା ଦେଖିବାକୁ ମିଳିଥିଲା । ମହନ୍ତ ରାମାନନ୍ଦ ଦାସଜୀ ଅତିଥିଭାବେ ଯୋଗଦେଇ ଆଜିର ସମାଜରେ ପିତାମାତାଙ୍କ ପ୍ରତି ସନ୍ତାନ ମାନଙ୍କ ଭକ୍ତି ଓ କର୍ତ୍ତବ୍ୟର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସେହିପରି ପୁଲୱାମା ଘଟଣାର ବର୍ଷ ପୂର୍ତ୍ତୀ ଉପଲକ୍ଷେ ସହୀଦ ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ପିତାମାତା ଯୋଗଦେଇ ବର୍ତ୍ତମାନ ସମୟରେ ଏହିପରି କାର୍ଯ୍ୟକ୍ରମରେ ଆବଶ୍ୟକତା ରହିଛି ବୋଲି କହିଥିଲେ । ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ରାମଚନ୍ଦ୍ର ପଣ୍ଡା ଏବଂ ଗୁରଜୀ ଗୁରୁମାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Comments
Post a Comment