ଓଡିଶା ସରକାରଙ୍କ ସଂଖ୍ୟାଲଘୁ ପ୍ରୀତି


ଭୁୁବନେଶ୍ୱର, ୧୨ ଫେବୃଆରୀ  - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟା ଲଘୁ ଧର୍ମାନୁଷ୍ଠାନ ମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଂଜୁର କରିଛନ୍ତି । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ସଂପୃକ୍ତ ଧର୍ମାନୁଷ୍ଠାନ ମାନଙ୍କରେ ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ଗୋଷ୍ଠି କେନ୍ଦ୍ର ନିର୍ମାଣ କରାଯିବ । ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ୱର କ୍ୟାଥୋଲିକ ଚର୍ଚକୁ ଦୁଇ କୋଟି ଟଙ୍କା ଭୁବନେଶ୍ୱର ୟୁନିଟ -୪ କ୍ୟାପିଟାଲ ମସଜିଦକୁ ଦୁଇକୋଟି ଟଙ୍କା ମଂଜୁର କରା ଯାଇଥିବା ବେଳେ କଟକ ମିଶନ ରୋଡ ସ୍ଥିତ କଟକ ଓଡିଆ ବାପ୍ଟିଷ୍ଟ ଚର୍ଚ ଏବଂ ଦରଘା ବଜାର କଦମ -ଇ -ରସୁଲ ମସଜିଦକୁ ଦୁଇ କୋଟି ଟଙ୍କା ଲେଖାଏ ଅର୍ଥ ମଂଜୁର କରାଯାଇଛି । ସେହିପରି କେନ୍ଦ୍ରାପଡା ଫକିରାବାଦ ମରକାଜି ମସଜିଦ, ଭଦ୍ରକ ପୁରୁଣାବଜାର ଜାମା ମସଜିଦ, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ ମସଜିଦ, ସମ୍ବଲପୁର ସେଂଟ ଜୋସେଫ କ୍ୟାଥେଡ୍ରାଲ (ରୋମାନ କ୍ୟାଥଲିକ), ବ୍ରହ୍ମପୁର ଭାପୁର ବଜାର ଜାମିଆ ମସଜିଦ, ଗିରି ରୋଡ ବ୍ରହ୍ମପୁର ଓଡିଆ ବାପଟିଷ୍ଟ ଚର୍ଚ (ସିଏନଆଇ), ରାଉରକେଲା ବିଶପ ମିଶନାରୀ (ରୋମାନ କ୍ୟାଥୋଲିକ) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଟଙ୍କା ଲେଖାଏ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

Comments