ଗୋ ଆଧାରିତ କୃଷି କର୍ମଶାଳା


ତା.୧୬.୦୨.୨୦୨୦ ରିଖରେ ଉତ୍କଳ ବିପନ୍ନ ସହାୟତା ସମିତି, ମଞ୍ଚେଶ୍ୱର କାର୍ଯ୍ୟାଳୟ ପରିସରରେ ଏକ ଗୋ ଆଧାରିତ  କୃଷି କର୍ମଶାଳା  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ଶ୍ରୀଯୁକ୍ତ ଡ. ଅଜୟ ସିଂ  ରାଜପୁତ, ନିର୍ଦ୍ଦେଶକ ଆଞ୍ଚଳିକ ଜୈବିକ କୃଷି ପ୍ରତିଷ୍ଠାନ, ଭୁବନେଶ୍ୱର । ଅନ୍ୟାନ ବକ୍ତାଭାବେ ଯୋଗଦେଇଥିଲେ ଶ୍ରୀ ପ୍ରଫୁଲ୍ଲ କୁମାର ବିଶୋଇ, ଶ୍ରୀ ବିଭୁଦେନ୍ଦ୍ର  ବିଦ୍ୟାଧର, ସାମାଜିକ କାର୍ଯ୍ୟକର୍ତ୍ତା  ଓ ପ୍ରାଧ୍ୟାପକ ଶ୍ରୀ ଆଶିଶ କୁମାର ଦାଶ । କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ କଟକ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଓ କୃଷକ ବନ୍ଧୁମାନେ ଯୋଗ ଦେଇଥିଲେ । ଏକ ପ୍ରଦର୍ଶନୀ ମାଧ୍ୟମରେ ଗୋବର ଆଧାରିତ କୁଟୀରଶୀଳ୍ପ ଯଥା ଦୀପ, ଶ୍ରୀଗଣେଶଙ୍କ ମୂର୍ତ୍ତୀ ଓ ଅନ୍ୟାନ ଯଜ୍ଞ ଉପଯୋଗୀ ସାମଗ୍ରୀ ଓ ମଶାବତୀ ପ୍ରସ୍ତୁତ ଆଦି ଶିକ୍ଷା  ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ଚାଷୀଭାଇମାନଙ୍କୁ  ଜୈବିକ କୃଷି ଉତ୍ପାଦନ କୌଶଳ ପଦ୍ଧତି, ଜୀବାଣୁ ସାର ପ୍ରୟୋଗ, ଜୀବାମୃତ, ପଞ୍ଚଗବ୍ୟ, ନିମ୍ବାସ୍ତ୍ର ଉପଯୋଗୀ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଶ୍ରୀ ଅଭୟକୁମାର ସାମନ୍ତରାୟ, ସଭାପତି ଉତ୍କଳ ବିପନ୍ନ ସହାୟତା ସମିତି ଓ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ବିଜୟ କେତନ ସାହୁ । ଶେଷରେ ସମସ୍ତ ଚାଷୀଭାଇଙ୍କୁ ସମିତି ତରଫରୁ ସାର୍ଟିଫିକେଟ  ପ୍ରଦାନ କରାଯାଇଥିଲା ।

Comments