ସଂଘର ସ୍ୱୟଂସେବକ ବଦଳାଇ ଦେଲେ ଗାଁର ଚିତ୍ର

-ଗୋଲଖ ଚନ୍ଦ୍ର ଦାସ-


ମଧ୍ୟପ୍ରଦେଶ ଗୁନା ଜିଲ୍ଲା  ରାଧୋଗଡ ତହସିଲର ଭୁଲାୟା ଗାଁ । ଯାହାର ଲୋକସଂଖ୍ୟା ଅଢେଇ ହଜାର । ଏହି ଗ୍ରାମରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଗ୍ରାମବିକାଶ ତରଫରୁ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ଦ୍ୱାରା ଗାଁର  ଚିତ୍ର ବଦଳି ଯାଇଛି । ଗ୍ରାମରେ ସାମାଜିକ ସମରସତା ପ୍ରୟାସରୁ ଜାତିଗତ ଓ ଛୁଆଁଅଛୁଆଁ ଭେଦଭାବ ଦୂର ହୋଇ ଯାଇଛି । ଗାମବାସୀମାନେ କୌଣସି ପ୍ଲ୍‌ାଷ୍ଟିକ ଦ୍ରବ୍ୟ ବ୍ୟବହାର କରୁନାହାଁନ୍ତି । ଜଳର ଅପଚୟ ନକରିବା ସହିତ ଜଳ ସଂରକ୍ଷଣ କରୁଛନ୍ତି ।
ସେହିପରି ଜାଜଗିର ଜିଲ୍ଲାର ଜନଜାତୀୟ ଗାଁ ସୋନଡିହ ଆଜି ବିବାଦ ଏବଂ ବ୍ୟସନମୁକ୍ତ ତଥା ସମରସତା ଯୁକ୍ତ । ଗ୍ରାମର ଗ୍ରାମ ସମିତି ବଡ ବଡ ୪ଟି ଜଳାଶୟ ତିଆରି କରିଛନ୍ତି । ଧାର ଜିଲ୍ଲାର ସୁନ୍ଦରୋଲ ଗାଁ । ସ୍ୱୟଂସେବକମାନଙ୍କ ଦ୍ୱାରା ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ପ୍ରତିବର୍ଷ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କାରବାର ହେଉଛି । ଏହି କାରଣରୁ ଗାଁଟି ଋଣମୁକ୍ତ ଅଟେ । ଏହି ଗ୍ରାମରେ ବହୁ ସଂଖ୍ୟକ ଲୋକ ଜୈବିକ କୃଷି କରୁଛନ୍ତି । ପ୍ରତ୍ୟେକଙ୍କ ଘରେ ରାମାୟଣ ପାଠ ହୁଏ । ନରସିଂହପୁର, କରେଲି ଗ୍ରାମକୁ ସଂସ୍କୃତ ଗାଁ ରେ ପ୍ରରିଣତ କରାଯାଇଛି । ପାଞ୍ଚ ଗୋଟି ଗ୍ରାମକୁ ପ୍ରାକୃତିକ ଏବଂ ଗୋ ଆଧାରୀତ କୃଷି ମାଧ୍ୟମରେ ଗାଁର ବିକାଶ କରାଯାଉଛି । ଭାରତ ଭାରତୀ ମାଧ୍ୟମରେ ବୈତୁଲ ଜନପଦର ସମସ୍ତ ଗାଁରେ ସମରସତା, ବ୍ୟସନମୁକ୍ତ, ଜଳାଶୟ ତିଆରି କରି ବର୍ଷାଜଳ ସଂରକ୍ଷଣ ଏବଂ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ଯ୍ୟ ପହଁଚା ଯାଉଛି । ଗଙ୍ଗାବତରଣ ଅଭିଯାନ ମାଧ୍ୟମରେ ବୈତୁଲ ଗାଁର ବଜର ପାହଡରେ ଦଶ ହଜାରରୁ ଉ୍‌ର୍ଦ୍ଧ୍ୱ ଗଛ ଲଗାଯାଇଛି ।
ଭାଓ ସାହେବ ଭୁସ୍କୁଟେ ନ୍ୟାସ ମାଧ୍ୟମରେ ବନଖେଡି ପ୍ରଖଣ୍ଡ,  ହୋଶଗାବାଦର ୬୬ଟି ଗ୍ରାମରେ ଛୋଟ ଛୋଟ ଉପକ୍ରମ ଦ୍ୱାରା ଶିକ୍ଷା, ସଂସ୍କାର ଏବଂ ସ୍ୱାବଲମ୍ବନ ଆଦି କାର୍ଯ୍ୟକରାଯାଉଛି ।
ଗ୍ରାମ ବିକାଶ ପାଇଁ ଚୟନିତ ଗ୍ରାମକୁ ଉଦୟ ଗ୍ରାମ ଓ ପ୍ରଭାତ ଗ୍ରାମ ଦୁଇଟି ଶ୍ରେଣୀରେ ଭାଗ କରାଯାଇ କାମ କରାଯାଉଛି । ଗ୍ରାମ ବିକାଶ ଦ୍ୱାରା ଯେଉଁ ଗ୍ରାମରେ ସେବାକାମ ଆରମ୍ଭ କରାଯାଉଛି ତାହାକୁ ଉଦୟ ଗ୍ରାମ ଏବଂ ସେବାକାର୍ଯ୍ୟ ମାଧ୍ୟମରେ ଯେଉଁ ଗ୍ରାମର ଛବି ବଦଳି ଯାଇଛି ସେହି ଗ୍ରାମକୁ ପ୍ରଭାତ ଗ୍ରାମ କୁହାଯାଏ । ସଂଘର ମଧ୍ୟକ୍ଷେତ୍ରରେ ଚାରୋଟି ପ୍ରାନ୍ତ । ମାଲବା ପ୍ରାନ୍ତରେ ୧୯୩ଟି ଉଦୟ ଗ୍ରାମ ଏବଂ ୧୨୦ଟି ପ୍ରଭାତ ଗ୍ରାମ । ମଧ୍ୟଭାରତରେ ୨୧ଟି ଉଦୟ ଗ୍ରାମ ଓ ୮ଟି ପ୍ରଭାତ ଗ୍ରାମ । ମହାକୋଶଳ ପ୍ରାନ୍ତରେ ୫୪ଟି ଉଦୟ ଗ୍ରାମ ଓ ୧୨ଟି ପ୍ରଭାତ ଗ୍ରାମ । ଛତିଶଗଡ ପ୍ରାନ୍ତରେ ୨୭ଟି ଉଦୟ ଗ୍ରାମ ଓ ୧୪ଟି ପ୍ରଭାତ ଗ୍ରାମ ।
ସଂଘର ବିଭିନ୍ନ ସଂଗଠନ ବିଭିନ୍ନ ସାମାଜିକ କ୍ଷେତ୍ରରେ ଭିନ୍ନ ଭିନ୍ନ ତରିକାରେ ଗ୍ରାମବିକାଶ କାର୍ଯ୍ୟ କରୁଛନ୍ତି । ଏହି କାମ ମଧ୍ୟରେ ପର୍ଯ୍ୟାବରଣ ସଂରକ୍ଷଣ, ଗ୍ରାମ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅର୍ନ୍ତଭୁକ୍ତ । ସେବା ଭାରତୀ ମଧ୍ୟ ଭାରତର ଏହିସବୁ ଗ୍ରାମକୁ ନିଜ କାର୍ଯ୍ୟକ୍ଷେତ୍ରରେ ସାମିଲ କରିଛି । ଯେଉଁମାନେ କି ମୂଳଭୂତ ଆବଶ୍ୟକ ଠାରୁ ଏବେ ବି ବହୁ ଦୂରରେ ଅଛନ୍ତି । ସେବା ଭାରତୀ ନିଜ ପ୍ରୟାସରେ ଏହିସବୁ ଗ୍ରାମରେ ସ୍ୱରୋଜଗାର, ଶିକ୍ଷା, ସ୍ୱଚ୍ଛତା ଏବଂ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦେଉଛି । 
ଗ୍ରାମ ବିକାଶ ଯେଉଁସବୁ ଗାଁକୁ ନିଜ ଦାୟିତ୍ୱକୁ ନେଇଛି ସେହି ସବୁ ଅଞ୍ଚଳର ମୂଳ ସମସ୍ୟା ପ୍ରତି ଧ୍ୟାନ ଦେଇଥାଏ ।  ବାଳିକା ଶିକ୍ଷା, ଗ୍ରାମର ସ୍ୱଚ୍ଛତା ଏବଂ କୃଷକମାନଙ୍କ ପାଇଁ ଜୈବିକ କୃଷି ଆଦି ବିଭିନ୍ନ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇଥାଏ । ଏହି ତିନି ଶ୍ରେଣୀର କାର୍ଯ୍ୟ ପାଇଁ ଜନଜାଗରଣ ଅଭିଯାନ ଏବଂ କର୍ମଶାଳାମାନ ଆୟୋଜନ କରାଯାଇ ଥାଏ । ଯାହାର ପରିଣାମ ସ୍ୱରୂପ ଗ୍ରାମରେ ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ସ୍ଥିତିରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଉଛି । 

Comments