ଉତ୍କଳ ଲଘୁ ଚଳଚିତ୍ର ଉତ୍ସବ-୨୦୨୦ ଅନୁଷ୍ଠିତ


ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ରବିବାର ଦିନ ଉତ୍କଳ ଲଘୁ ଚଳଚିତ୍ର ଉତ୍ସବ -୨୦୨୦ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭାରତୀୟ ସଂସ୍କୃତି, ପର୍ଯ୍ୟାବରଣ ସୁରକ୍ଷା, ସ୍ୱଚ୍ଛ ଭାରତ, ନାରୀ ସଶକ୍ତି କରଣ ଆଦି ବିଷୟରେ ଲଘୁ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏଥିରେ ଭାଗ  ନେଇଥିବା ୧୬ଟି ଲଘୁ ଚଳଚିତ୍ର ମଧ୍ୟରୁ ଚୟନିତ ୧୦ଟି ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ସେଥି ମଧ୍ୟରୁ  ଶ୍ରେଷ୍ଠ ବିବେଚିତ ତିନୋଟି ଚଳଚିତ୍ରକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ହରିହର, ବିଶିଷ୍ଟ କଳାକାର ପ୍ରିତିରଂଜନ ଶତପଥି, ବରିଷ୍ଠ ସାମ୍ବାଦିକ ଅମୀୟ ପାଢୀ ଓ ସମାଜସେବୀ  ରବି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ସମାଜ ପରିବର୍ତ୍ତନ ଓ ସମାଜ ଉତ୍‌ଥାନରେ ଲଘୁ ଚଳଚିତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଚଳଚିତ୍ର ଉତ୍ସବ ଆଗାମୀ ଦିନରେ ଓଡିଶାର ଯୁବ ସମାଜକୁ ପ୍ରେରଣା ଦେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଜୟସେନ ମହନ୍ତ, ବଳଦେବ ପତି, ସୀତାକାନ୍ତୁ ସାହୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । 



Comments