ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ ଶ୍ରମିକ ସମାବେଶ


ପାରାଦୀପ: ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ (୧୯୨୦-୨୦୦୪)ଙ୍କ ଜନ୍ମ ଶତବାର୍ଷିକ ଜୟନ୍ତୀ ସମାରୋହ ପାରାଦ୍ୱୀପ ବିଏମ୍‌ଏସ୍ ଶାଖା ପକ୍ଷରୁ  ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଠରବାଙ୍କୀ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜୟଦେବ ସଦନ ପ୍ରାଙ୍ଗଣ ସଭା ସ୍ଥଳ ନିକଟରେ ପହଞ୍ଚିଥିଲା । ସକାଳୁ ଜଗନ୍ନାଥ ମନ୍ଦରିରେ ପ୍ରଦୀପ ପ୍ରଜ୍ଜ୍ୱଳନ, ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ବୃକ୍ଷରୋପଣ ଇତ୍ୟାତି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଠେଙ୍ଗଡୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପୂର୍ବହ୍ନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ପାରାଦ୍ୱୀପ ବିଏମ୍‌ଏସ୍ ସଭାପତି ରାକେଶ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି ଜଗଦୀଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରାଦ୍ୱୀପ ଶିଳ୍ପାଞ୍ଚଳରେ ଶ୍ରମିକ ମାନଙ୍କର ସମସ୍ୟା ଉପରେ ଆଲୋକପାତ କରି ଏହାର ନିରାକରଣ ମାର୍ଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ପୋର୍ଟ ଆଣ୍ଡ ଡକ୍ତ ମଜଦୁର ମହାସଂଘ ସଭାପତି ଭବାନୀ ଶଙ୍କରାଡୁ, ରାଜ୍ୟ ଉପସଭାପତି ଶ୍ରୀନିବାସ ରାଓ, ଜଗତସିଂହପୁର ଜିଲ୍ଲା ସଂଘ ଚାଳକ ରବିନ୍ଦ୍ର ନାଥ ମିଶ୍ର, ବିଏମଏସ୍ ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ, ପାରାଦ୍ୱୀପ ବିଏମ୍‌ଏସ୍ ସାଧାରଣ ସଂପାଦକ ଦୋଳଗୋବିନ୍ଦ ଦାଶ ସମ୍ମାନୀତ ଅତିଥି ଓ କେନ୍ଦିୟ କାର୍ଯ୍ୟକାରୀ ସଦସ୍ୟ କୃଷ୍ଣ ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତଭାବେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଶରଣାବିନ୍ଦ ଓଝା । ଅତିଥିମାନେ ନିଜ ବକ୍ତବ୍ୟରେ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ତ୍ୟାଗ, ଆଦର୍ଶ, ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିଲେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ନିଜର ନିସ୍ୱାର୍ଥପର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପରିବେଶବିତ୍ ଇଂ ଅମମେଶ ନରେଶ ସାମନ୍ତ, ସମାଜସେବୀ ପବିତ୍ର ମୋହନ ମିଶ୍ର, କୁଶଳୀ କର୍ମଚାରୀ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ଅତିଥିମାନେ ସମ୍ବର୍ନ୍ଧିତ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ । ତେବେ ସାଂପ୍ରତିକ ପରିସ୍ଥିତିରେ ପାରାଦ୍ୱୀପ ବନ୍ଦରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଓ ତଥାକଥିତ ବିଶିଷ୍ଟ ଶ୍ରମିକ ନେତାଙ୍କ ବୟସାଧିକ ଜନିକ କାରଣରୁ ପାରାଦ୍ୱୀପରେ ଶ୍ରମିକ ସଂଗଠନ ଗୁଡିକ ଦୁର୍ବଳ ହୋଇପଡୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ପାରାଦ୍ୱୀପ ବିଏମ୍‌ଏସ୍ ର ନୂତନ ସଭାପତି ଭାବେ ଯୁବ ନେତା ରାକେଶ କୁମାର ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସଂଘ ସକ୍ରିୟ ହେବା ସଙ୍ଗେ ସଙ୍ଗେ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ସୃଷ୍ଟି ହୋଇଛି ।

Comments