ନୂଆଦିଲ୍ଲୀ, ୨୩/୨ : ‘ଅଖଣ୍ଡ ଭାରତ’ ଗଠନ କରିବା ପାଇଁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରଥମ ପଦକ୍ଷେପ ଥିଲା । ଏହାପରେ ପାକ୍ ଅଧୀକୃତ କାଶ୍ମୀରକୁ ପାକିସ୍ତାନ କବଳରୁ ଫେରାଇ ଆଣିବା ଆମର ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ବିଜେପି ମହାସଚିବ ରାମ ମାଧବ ରବିବାର ବିଜ୍ଞାନଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ଧାରା ୩୭୦ ବଳବତ୍ତର ଥିଲାବେଳେ ଜମ୍ମୁ-କାଶ୍ମୀରର ଅଙ୍ଗ ଥାଇ ସୁଦ୍ଧା ଭାରତ ଠାରୁ ଅଲଗା ରହୁଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଚକ୍ଷଣ ଦୂରଦର୍ଶିତା ହେତୁ ସେଠାରୁ ଧାରା ୩୭୦ର ଉଚ୍ଛେଦ ପରେ ଏବେ ଏହା ଭାରତ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇସାରିଛି । ତେବେ ଆଗକୁ ପିଓକେକୁ ଆମେ ଅଲବତ୍ ପାକିସ୍ତାନ ଠାରୁ ଛଡ଼ାଇ ଆଣିବୁ ଏବଂ ଏନେଇ ୧୯୯୪ରେ ସଂସଦରେ ଏକ ବିଲ୍ ମଧ୍ୟ ପାରିତ ହୋଇସାରିଛି ବୋଲି ରାମମାଧବ କହିଥିଲେ । ପ୍ରକାଶ୍ୟ ଯେ, ଏଥିପୂର୍ବରୁ ମଧ୍ୟ ନୂତନ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ପାକିସ୍ତାନ କବଳରୁ ପାକ୍ ଅଧିକୃତ କାଶ୍ମୀରକୁ ଛଡ଼ାଇ ଆଣି ଭାରତ ସହିତ ମିଶାଇବାକୁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ ବୋଲି କହି ପାକିସ୍ତାନକୁ ଏକରକମ ଚେତାବନୀ ଦେଇସାରିଛନ୍ତି । ଖାଲି ସେତିକି ନୁହେଁ ଯଦି ଆଗକୁ ଭାରତୀୟ ସେନା ଏଭଳି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତା’ହେଲେ ତ୍ୱରିତ ଅପରେସନ ପାଇଁ ସେନାର ୩ ଅଙ୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପୀନ ରାୱତ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ତଦନୁଯାୟୀ ଏଲ୍ଓସି ନିକଟରେ ଆମେରିକାରୁ କ୍ରୟ କରାଯାଇଥିବା ଅତ୍ୟାଧୁନିକ ଆପାଚେ ଆଟାକ ହେଲିକପ୍ଟରକୁ ମୁତୟନ କରିବା ସହ ସାରଙ୍ଗ ତୋପକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଏଲ୍ଓସି ନିକଟରେ ଭାରତୀୟ ସେନା ଆଣ୍ଟି ଗାଇଡେଡ୍ ମିସାଇଲ୍ ଏବଂ ଅନ୍ୟାନ୍ୟ ଯୁଦ୍ଧ ଉପକରଣଗୁଡ଼ିକୁ ମୁତୟନ କରିସାରିଛି ।

Comments
Post a Comment