ଇସଲାମାବାଦ୍,୧୨ା୨: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ କୋର୍ଟ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ବିରୋଧରେ ଚାଲିଥିବା ଦୁଇଟି ମାମଲାର ବିଚାର କରି ଅଦାଲତ ସମୁଦାୟ ୧୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ନାମରେ ପାଣ୍ଠି ସଂଗ୍ରହ କରି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର କରିବା ସମ୍ପୃକ୍ତି ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହାଫିଜକୁ ଦଣ୍ଡସ୍ୱରୂପ ସାଢ଼େ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଦିଆଯାଇଛି । ଏଥିସହ ପ୍ରତି ମାମଲାରେ ୧୫,୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି । ହାଫିଜ୍ ସଇଦ୍ ଏବଂ ତା’ର ୧୨ ସହଯୋଗୀଙ୍କୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରିଥିବା କାରଣରୁ ୨୦୧୯ରେ ଗିରଫ କରାଯାଇଥିଲା । ସେମାନଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଥିଲା । ଆତଙ୍କବାଦୀ ସଂଗଠନ ଗୁଡିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଥିବାରୁ ପାକ୍ ସରକାର ଏହି ପଦକ୍ଷେପ ନେଇଥିଲେ । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପାଇଁ ଅର୍ଥ ଯୋଗାଡ କରିବାକୁ ପାଞ୍ଚଟି ଟ୍ରଷ୍ଟକୁ ବ୍ୟବହାର କରିଥିବା ଜମାତ୍-ଉଦ୍- ଦାୱାର ମୁଖ୍ୟ ହାଫିଜ୍ ଏବଂ ତା’ର ୧୨ଜଣ ସହଯୋଗୀଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଥିଲା । ପାକିସ୍ତାନର ଆଣ୍ଟିଂ ଟେରରିଜିମ୍ ସ୍କ୍ୱାର୍ଡ । ହାଫିଜ୍ ବ୍ୟବହାର କରିଥିବା ଦାତବ୍ୟ ସଂଗଠନ ଗୁଡିକ ଥିଲା ଦାୱାତ୍ ଇଶ୍ରାଦ୍ ଟ୍ରଷ୍ଟ, ମୋଆଜ୍ ବିନ୍ ଜବାଲ୍ ଟ୍ରଷ୍ଟ, ଅଲ୍-ଅନ୍ଫାଲ୍ ଟ୍ରଷ୍ଟ, ଅଲ୍ମଦିନା ଫାଉଣ୍ଡେସନ ଟ୍ରଷ୍ଟ, ଅଲ୍-ହମଦ ଟ୍ରଷ୍ଟ । ଏହି ସଂଗଠନ ଲାହୋର, ଗୁଜରାନ୍ୱାଲା ଏବଂ ମୁଲ୍ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟ କରୁଥିଲେ । ଏହି ମାମଲାରେ ହାଫିଜ୍ ମହମ୍ମଦ ସଇଦ୍ ବ୍ୟତୀତ ଜମାତ୍-ଉଦ୍-ଦାୱାର ୩ଜଣ ସଦସ୍ୟ ଅବ୍ଦୁଲ୍ ରେହମାନ, ଅମୀର ହାମ୍ଜା ଓ ମହମ୍ମଦ ୟାହ୍ୟା ଅଜିଜ୍ ମଧ୍ୟ ସମ୍ପୃକ୍ତ ଥିଲେ । ଆଜି ଏଥିମଧ୍ୟରୁ ୨ଟି ମାମଲାର ରାୟ ପ୍ରକାଶ ପାଇଛି ଓ ହାଫିଜ୍ ସଇଦକୁ ୧୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Comments
Post a Comment