ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ଉତ୍କଳ ଲଘୁ ଚଳଚିତ୍ର ଉତ୍ସବ -୨୦୨୦ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ସଭାଗୃହରେ ଆସନ୍ତା ଫେବୃଆରୀ ୯ ତାରିଖ ଅପରାହ୍ନ ୩ ଘଟିକା ସମୟରେ ଅନୁଷ୍ଠିତ ହେବ । ଏଥିରେ ଭାରତୀୟ ସଂସ୍କୃତି, ପର୍ଯ୍ୟାବରଣ ସୁରକ୍ଷା, ସ୍ୱଚ୍ଛ ଭାରତ, ନାରୀ ସଶକ୍ତି କରଣ ଆଦି ବିଷୟରେ ଲଘୁ ଚଳଚିତ୍ର ପ୍ରଦର୍ଶିତ ହେବ । ଏଥିରେ ଭାଗ ନେଇଥିବା ୧୬ଟି ଲଘୁ ଚଳଚିତ୍ର ମଧ୍ୟରୁ ଶ୍ରେଷ୍ଠ ବିବେଚିତ ତିନୋଟି ଚଳଚିତ୍ରକୁ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ହରିହର, ବିଶିଷ୍ଟ କଳାକାର ପ୍ରିତିରଂଜନ ଶତପଥି, ବରିଷ୍ଠ ସାମ୍ବାଦିକ ଅମୀୟ ପାଢୀ ଓ ସମାଜସେବୀ ରବି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ ।
Comments
Post a Comment