ନୂଆଦିଲ୍ଲୀ,୧୯/୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ କାର୍ଯ୍ୟାଳୟରେ କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧିମଣ୍ଡଳକୁ ଭେଟି ସେମାନଙ୍କୁ ଖୁବ୍ ଶୀଘ୍ର ଜମ୍ମୁକାଶ୍ମୀରରେ ପୁନର୍ବାସର ଆଶ୍ୱାସନା ଦେଇଛନ୍ତି । ଏହି ପ୍ରତିିନିଧିମଣ୍ଡଳୀରେ ଗ୍ଲୋବାଲ କାଶ୍ମୀର ପଣ୍ହିତ ଡାଏସ୍ପୋରା) (ଜିକେପିଡି)ର ଅନ୍ତଃରାଷ୍ଟ୍ରୀୟ ସମନ୍ୱୟ ସୁରିନ୍ଦର କୌଲ, ଜିକେପିଡିର ଭାରତୀୟ ସମନ୍ୱୟକ ଉତ୍ପଲ କୌଲ ଓ ମାର୍କିନର ସମନ୍ୱୟକ ଅନିଲ କାଚୁର, ଅଖିଳ ଭାରତୀୟ କାଶ୍ମୀର ସମାଜ (ଏଆଇକେଏସ୍)ର ଅଧ୍ୟକ୍ଷ ତାଜ ଟୀକୁ ଓ ଜମ୍ମୁ-କାଶ୍ମୀର ବିଚାର ମଞ୍ଚ (ଜେକେବିଏମ୍)ର ଅଧ୍ୟକ୍ଷ ଦିଲ୍ଲୀପ ମଟ୍ଟୁ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ସରକାରୀ ଚାକିରୀରେ ନିଯୁକ୍ତ ଲାଗି କାଶ୍ମୀର ପଣ୍ଡିତମାନଙ୍କ ଆୟୁ ସୀମାକୁ ୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଏବଂ ଜଲଦି ସେମାନଙ୍କୁ ଘାଟିକୁ ଫେରାଇ ନିଆଯାଇ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯାଇ କାଶ୍ମୀର ପଣ୍ଡିତମାନଙ୍କୁ ପୁନଃଥଇଥାନ କରାଯିବ ବୋଲି ଶ୍ରୀ ଶାହା ଆଶ୍ୱାସନା ଦେଇଥିଲେ । ଏହି ସାକ୍ଷାତକାର ସମୟରେ ଘାଟିରୁ ମୋଦି ସରକାର ଧାରା ୩୭୦ ଏବଂ ୩୫(କ)ର ଉଚ୍ଛେଦ କରିପାରିଥିବାରୁ ପ୍ରତିନିଧିମଣ୍ଡଳ ତରଫରୁ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କୁ ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Post a Comment