ବାଲେଶ୍ୱର,: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛାତ୍ର ସନ୍ଦେଶ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲାର ପ୍ରଥମ ଥର ପାଇଁ ବିଦ୍ୟାର୍ଥୀ ଲେଖକ କର୍ମଶାଳା ସହର ଉପକଣ୍ଠ କାଳୀଦାସପୁରସ୍ଥିତ କେମେଷ୍ଟି ଏଣ୍ଡ ଡ୍ରଗିଷ୍ଟ୍ ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ଅସିତ୍ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ତଥା ଅବସରପ୍ରାପ୍ତ ହରପ୍ରସାଦ ଦାସ, ଅଧ୍ୟାପକ ପ୍ରଶାନ୍ତ ରାଉତ, ଉପେନ୍ଦ୍ର ବିଶ୍ୱାଳ, ସୌମେନ୍ଦ୍ର ଜେନା ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଛାତ୍ରଜୀବନରୁ ସାରସ୍ୱତ ସାଧନାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ବିଶେଷ କରି ସ୍ତମ୍ଭ, ଉପନ୍ୟାସ, ପ୍ରବନ୍ଧ, କବିତା ପ୍ରଭୃତି ସାହିତ୍ୟ କୃତି ରଚନା ପାଇଁ ମାନସିକତାର ପ୍ରସ୍ତୁତି ସାଙ୍ଗକୁ ହୃଦୟର ଭାଷାକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପ୍ରଶଂସା ମିଳୁ ଅବା ନମିଳୁ ଲେଖିବା କେବେ ବନ୍ଦ କରିବା ଉଚିତ ନୁହେଁ । କିଏ ପଢ଼ୁ କି ନ ପଢ଼ୁ ନିଜ ଲେଖାକୁ ବାରମ୍ବାର ପଢ଼ିବାର କଳା ହିଁ ଜଣେ ସାରସ୍ୱତ ସାଧକଙ୍କୁ ସଫଳତାର ରାସ୍ତା ଦେଖାଇଥାଏ ବୋଲି ସେମାନେ କହିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ମହାବିଦ୍ୟାଳୟ ସମେତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ କଲେଜରୁ ବହୁ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ ।

Comments
Post a Comment