ଭାରତୀୟ ବଂଶୋଦ୍ଭାବ ମହିଳା ବନିଲେ ବ୍ରିଟେନ୍‌ର ଆଟର୍ଣ୍ଣି ଜେନେରାଲ


ଲଣ୍ଡନ, ୨୬/୨ : ବ୍ରିଟେନ୍‌ର ସଂସଦରେ ଜଣେ ଭାରତୀୟ ବଂଶୋଦ୍ଭାବ ମହିଳା ସୁଏଲା ବ୍ରାଭେରମ୍ୟାନ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି । ନୂତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବା ପରେ ଲଣ୍ଡନରେ ଆୟୋଜିତ ଏକ ସମାରୋହରେ ରୟଲ କୋର୍ଟ ଅଫ୍ ଜଷ୍ଟିସ୍ ପକ୍ଷରୁ ଭାରତୀୟ ବଂଶୋଦ୍ଭାବ ମହିଳା ସୁଏଲାଙ୍କୁ ଶପଥ ଗ୍ରହଣକରିଥିଲେ । ୩୯ ବର୍ଷୀୟ ସୁଏଲା ପେଷାରେ ଜଣେ ବାରିଷ୍ଟର ହୋଇଥିଲାବେଳେ ସେ କ୍ୟାମ୍ବ୍ରିଜ ୟୁନିଭର୍ସିଟିରୁ ଶିକ୍ଷା ଲାଭ କରିଛନ୍ତି । ସେ ତାଙ୍କର ପ୍ରତିକ୍ରିୟା କହିଛନ୍ତି ଯେ, ବ୍ରିଟେନର ଆଟର୍ଣ୍ଣି ଜେନେରାଲ ଭାବେ ଶପଥ ଗ୍ରହଣ କରିବା ମୋ ପାଇଁ ସମ୍ମାନର ବିଷୟ ଅଟେ । ବ୍ରିଟେନରେ ମୁଁ ଦ୍ୱିତୀୟ ମହିଳା ଅଟେ ଯାହାକୁ ଏଭଳି ଗୁରୁଦାୟିତ୍ୱ ଦିଆଯାଇଛି ଏବଂ ଏହାକୁ ମୁଁ ନିଶ୍ଚୟ ସୂଚାରୁ ରୂପେ ନିର୍ବାହ କରିବ ।

Comments