ଯାଜପୁର, ୨୦ ।୨ : -ଯାଜପୁର ଜିଲ୍ଲାର ମଧ୍ୟମ ପାଣିକୋଇଲି ଅଳତିରି ଗ୍ରାମ ଶିବ ମନ୍ଦିର ନିକଟରେ କେଶବ ସାଂସ୍କୃତିକ ସେବା ସମିତି ଆନୁକୂଲ୍ୟରେ ନ୍ତଭାରତ ମାତାନ୍ତ ମନ୍ଦିର ନିର୍ମାଣ ଭୂମି ପୂଜନ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ସେବା ସମିତିର ସଂଯୋଜକ ଧର୍ମେନ୍ଦ୍ର ମଲ୍ଲିକଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ବିଭିନ୍ନ ଆନୁସାଙ୍ଗିକ କ୍ଷେତ୍ର ଏବଂ ବିଭିନ୍ନ କ୍ଷେତ୍ର କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ପୂଜା ସମୟରେ କିଛି ବ୍ୟକ୍ତିଙ୍କ ବଚସା ଓ ପୂଜାକୁ ଭଣ୍ଡୁରୁ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପାଣିକୋଇଲି ଥାନାକୁ ଯାଜପୁର ରୋଡ ଏସ୍.ଡି.ପି.ଓ. ଚିନ୍ମୟ କୁମାର ନାୟକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲାପରେ ଥାନା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ତାଙ୍କର ସହକର୍ମୀଙ୍କୁ ତଦନ୍ତ କରିବା ପାଇଁ କହିଥିଲେ । ତା\'ପରେ ସମିତିର କାର୍ଯ୍ୟ ଭୂମି ପୂଜନ କରାଯାଇଥିଲା । ଏହି ପୂଜା ଉତ୍ସବରେ ସଂଘର ବରିଷ୍ଠ କାର୍ଯ୍ୟକର୍ତା ଆଦିକନ୍ଦ ବୈଶାଖ, ରମାକାନ୍ତ ଦାସ (ବାବା), ଗୋପାଳ ଚରଣ ମଲ୍ଲିକ, ଜିଲ୍ଲା କାର୍ଯ୍ୟନିର୍ବାହୀ ବରୁଣ କୁମାର ବନଛେର, ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ଚିନ୍ମୟ ସ୍ୱରୁପ ପଣ୍ଡା, ଭାରତୀୟ ମଜଦୁର ସଂଘର ସଭାପତି ନିତ୍ୟାନନ୍ଦ ମହାଳିକ ଓ ସରୋଜ କୁମାର ଦେ, ଗଣେଷ ମାଝୀ, ଅରବିନ୍ଦ ପଟ୍ଟନାୟକ, ବସନ୍ତ ପାତ୍ର, ଅସୀତ ଦାସ, ପ୍ରଶାନ୍ତ କୁମାର ପୋଥାଳ, ଦିଲ୍ଲୀପ ଓଝା, କାମପାଳ ସାହୁ, ସୋସିଆଲ ମିଡିଆର ଯାଜପୁର ଦୀପକ ଦାସ, ସମାଜସେବୀ ସୁରେଶ କୁମାର ହୋତା, ଜୟଗୋପାଳ ବୈଶାଖ, ଇନ୍ଦ୍ରମଣି ବେହେରା, ବାମଦେବ ଦାସ, ଲଳିତେନ୍ଦୁ ପୃଷ୍ଟି, ଆରତୀ ପଟ୍ଟନାୟକ ଓ ନାରାୟଣ ସାହୁ ଆଦି ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ

Comments
Post a Comment