କନ୍ଧମାଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ତୁମୁଡ଼ିବନ୍ଧ ଜାଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ କନ୍ୟାଶ୍ରମର ୩୫ତମ ବାର୍ଷିକ ଉତ୍ସବ ଚଳିତ ମାସ ୮ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଉକ୍ତ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, ସମର୍ପଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପବିତ୍ର କୁମାର ସ୍ୱାଇଁ, ଏହି ଟ୍ରଷ୍ଟର ସଂପାଦକ ଡ. ବିବେକାନନ୍ଦ ପ୍ରହରାଜ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଶଙ୍କରାଚାର୍ଯ୍ୟ ଆଶ୍ରମ ଟ୍ରଷ୍ଟର ସଂପାଦକ ଅଜିତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ଓ ସଭାପରିଚାଳନା କରିଥିଲେ । ମାନ୍ୟବର ରାଜ୍ୟପାଳ ଅପରାହ୍ନ ୩.୧୫ ମିନିଟରେ ଆଶ୍ରମରେ ପହଚିଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନିଧନ ହୋଇଥିବା କକ୍ଷ ପରିଦର୍ଶନ , ସ୍ୱାମିଜୀଙ୍କ ପ୍ରତିମୂର୍ତିରେ ଦ୍ୱୀପ ପ୍ରଜ୍ୱଳନ ଓ ପୂଷ୍ପମାଲ୍ୟ ଅର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୮୫ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ମାତ୍ର ୩ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କନ୍ୟାଶ୍ରମର ଦୀର୍ଘ ୧୮ ବର୍ଷର ଯାତ୍ରା ବହୁତ କଷ୍ଟସାଧ୍ୟଥିଲା । ଭାରତୀୟ ସଂସ୍କୃତ ପରମ୍ପରା ସମ୍ପନ୍ନ ଏକ ସୁ ଗୃୁହିଣୀ ସୃଷ୍ଟି କରିବା ଏହାର ମୁଖ୍ୟଲକ୍ଷ୍ୟ ଥିଲାବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ମର୍ତ୍ୟମଣ୍ଡଳରେ ଜନ୍ମ ନେଇ ଭଗବାନ ରାମ ଭଗବାନ କୃର୍ଷ୍ଣଙ୍କୁ ମଧ୍ୟ ଦେହ ତ୍ୟାଗ କରିବାକୁ ପଡିଥିଲା । ସେହିପରି ସ୍ୱାମୀଜିଙ୍କ ନିଧନ ହେଲା କିନ୍ତୁ ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ କର୍ତବ୍ୟ ହେବା ଉଚିତ ବୋଲି ରାଜ୍ୟପାଳ ନିଜ ବକ୍ତବ୍ୟରେ କହିବାସହ ଆଶ୍ରମର ଉନ୍ନତି ପାଇଁ ନିଜସ୍ୱ ଅର୍ଥ ୧୧ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ପାଇଁ କନ୍ୟାଶ୍ରମରେ ଏକ ସିଲେଇ ତାଲିମ କେନ୍ଦ୍ର ରାଜ୍ୟପାଳ ଦ୍ୱାରା ଉଦଘାଟନ ହୋଇଥିଲା । ଓଡିଶା ବିଭିନ୍ନ ପ୍ରନ୍ତରରେ ଗତ ୩ବର୍ଷଧରି ସେବା ପ୍ରଦାନ କରିଥିବା ବିଶ୍ୱନାଥ ଅଗ୍ରୱାଲ, ସୁନ୍ଦରଲାଲ ଜୈନ, ଗୋପାଳ ପ୍ରସାଦ ଅଗ୍ରବାଲ, ଶଙ୍କର ଲାଲ ଅଗ୍ରୱାଲଙ୍କ ସମେତ ୧୧ଜଣଙ୍କୁ ସେବାପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସେବା ସମ୍ମାନ ରାଜ୍ୟପାଳଙ୍କ ଦ୍ୱାରା ମାନପତ୍ର ଓ ଉପତୈକନ ପ୍ରଦାନ କରାଯାଇଥିଲା । ଆଶ୍ରମ ଛାତ୍ରୀ ମାନଙ୍କର ବର୍ଷିକ ପତ୍ରିକା “ସୁକନ୍ୟା” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ କରି ସଭାସାଙ୍ଗ କରାଯାଇଥିଲା । ୩ଦିନଧରି ଚାଲିଥିବା ଏହି ଯଜ୍ଞ ରିବିବାର ଦିନ ପୂର୍ଣ୍ଣାହୁତି ହେବବୋଲି ଆଶ୍ରମ ପକ୍ଷ୍ୟରୁ ସୁଚନା । ଏହି କାର୍ଯ୍ୟକ୍ରମରେ ଆଶ୍ରମର ଛାତ୍ରୀଙ୍କ ସମେତ ସ୍ଥାନୀୟ ନେତାଜୀ ସୁବାଷଭୋଷ ଉଚ୍ଚ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଂଚଳବାସୀ, ଆଶ୍ରମ କାର୍ଯ୍ୟକର୍ତା, ଅନେକ ସାଧୁସନ୍ଥ ଯୋଗଦେଇଥିଲେ ।

Comments
Post a Comment