ଇସ୍ଲାମାବାଦ,୯/୨ : ପାକିସ୍ତାନ ଏବେ ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କ ପାଇଁ ନର୍କ ସଦୃଶ ହୋଇଛି । ସେଠାରେ ହିନ୍ଦୁ ନାବାଳିକା ଓ ଯୁବତୀମାନଙ୍କୁ ବଳପୂର୍ବକ ଅପହରଣ କରିନିଆଯାଇ ବନ୍ଧୁକ ମୁନରେ ସେମାନଙ୍କୁ ଇସ୍ଲାମ ଧର୍ମରେ ଧର୍ମାନ୍ତୀକରଣ କରାଇ ମୁସଲିମ ଯୁବକଙ୍କ ସହିତ ବିବାହ କରିଦିଆଯାଉଛି । ପୁନଶ୍ଚ ପାକ୍ ପୁଲିସ ଓ ସେନାର ଉପସ୍ଥିତିରେ ସେଠର ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ମଧ୍ୟ ଇସ୍ଲାମୀୟ ମୌଳବାଦୀମାନେ ଆକ୍ରମଣ କରି ସେଗୁଡ଼ିକୁ ଭାଙ୍ଗିରୁଜି ଦେଉଛନ୍ତି । ସେହିପରି ଶିଖମାନଙ୍କ ଗୁରୁଦ୍ୱାରା ଆଗରେ ଶିଖ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ହେଉଛି । ଏହିଭଳି ଏକ ଘଟଣାରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ତହରିକ-ଏ-ଇନସାଫ୍ (ପିଟିଆଇ) ଜନୈକ ନେତା ଅକରମ ଉସ୍ମାନ ସର୍ବସାଧାରଣ ସ୍ଥାନରେ ସେଠାରେ ରହୁଥିବା ହିନ୍ଦୁଙ୍କ ପ୍ରତି ଅତି ଆପତ୍ତିଜନକ ଟିପପଣୀକୁ ପୋଷ୍ଟର କରି ଛପାଇଥିଲେ । ସେହି ପୋଷ୍ଟରରେ ଲେଖାଯାଇଥିଲା ଯେ, ‘ହିନ୍ଦୁ ବାତ୍ ସେ ନହିଁ, ଲାତ୍ ସେ ମାନତା ହୈ’ ଅର୍ଥାତ୍ ‘ହିନ୍ଦୁ କଥାରେ ନୁହେଁ ମାଡ଼ ଖାଇଲେ କଥା ମାନିଥାଏ’ । ତେବେ ଏହାକୁ ନେଇ ବିଭିନ୍ନ ମହଲରୁ ଇମ୍ରାନଙ୍କୁ କଟୂ ଭର୍ତ୍ସନା କରାଯିବା ପରେ ଅକରମ୍ ନିଜର ସ୍ୱର ବଦଳାଇଥିଲେ । ସେ ଏହାକୁ ଏକ ମୁଦ୍ରଣ ଜନିତ ତ୍ରୁଟି ବୋଲି କହି ‘ହିନ୍ଦୁ’ ସ୍ଥାନରେ ଭାରତର ପ୍ରଧାନମନ୍ତ୍ରୀ ‘ମୋଦି’ ଲେଖାଯିବାକୁ ଥିଲାବେଳେ ତାହା ଭୁଲବଶତଃ ହିନ୍ଦୁ ରହିଯାଇଛି ବୋଲି କହିଥିଲେ । ଅନ୍ୟପଟେ ଏହି ଘଟଣା ସୋସାଲ ମିଡିଆରେ ଭାଇରାଲ ହେବା ପରେ ଇମ୍ରାନ ଖାନ୍ ଓ ତାଙ୍କ ସରକାର ବିରୋଧରେ ବିଶ୍ୱବ୍ୟାପି ପ୍ରତିୟକିୟା ଆସିଥିଲା । ଏଥିରୁ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନେ କେତେ ସୁରକ୍ଷିତ ବୋଲି ଭାରତ ସରକାର ମଧ୍ୟ ଭର୍ତ୍ସନା କରିଥିଲା । ଶେଷକୁ ସବୁଆଡୁ ଚାପର ବଶବର୍ତ୍ତୀ ହୋଇ ଆକରମଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତାଙ୍କ ଦଳରୁ ବାହାର କରି ଦେଇଛନ୍ତି । ଏଥିସହ ଉସ୍ମାନଙ୍କୁ ଏ ସଂକ୍ରାନ୍ତରେ ‘କାରଣ ବତାଓ’ ନୋଟିସ ଜାରି କରିଛନ୍ତି ।

Comments
Post a Comment