ମାର୍ଚ୍ଚ ୨୮ରୁ ଗଡ଼ିବ ରାମାୟଣ ଏକ୍ସପ୍ରେସ


ନୂଆଦିଲ୍ଲୀ,୨୦/ ୨  : ଭାରତୀୟ ରେଳବାଇ ହୋଲି ପରେ ଆସନ୍ତା ମାର୍ଚ୍ଚ ୨୮ ତାରିଖ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ରାମାୟଣ ଏକ୍ସପ୍ରେସ ଚଳାଇବ । ଏହି ଏକ୍ସପ୍ରେସ ଭଗବାନ ଶ୍ରୀରାମଙ୍କ ଜୀବନୀ ସହିତ ଜଡ଼ିତ ସ୍ଥାନଗୁଡ଼ିକୁ ଛୁଇଁବ । ଏହି ଏକ୍ସପ୍ରେସରେ ଯାତ୍ରା ସମୟରେ ଯାତ୍ରୀମାନେ ରେଳରେ ଭଜନ-କୀର୍ତ୍ତନର ଆନନ୍ଦ ନେଇପାରିବେ । ଏଥିରେ ରାମାୟଣ ସମ୍ପର୍କିତ ବିଷୟବସ୍ତୁକୁ ଉଭୟ ଅଡିଓ ଏବଂ ଭିଡିଓ ଜରିଆରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯିବ । ରେଳବାଇ ବୋର୍ଡର ଅଧ୍ୟକ୍ଷ ବି.କେ.ଯାଦବଙ୍କ କହିବାନୁଯାୟୀ, ଏହି ଟ୍ରେନକୁ ସ୍ୱତନ୍ତ୍ର ରୂପେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ କରାଯାଇ ଡିଜାଇନ କରାଯାଇଛି ।ଏହା ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସ୍ଥାନ ଯଥା ନନ୍ଦୀଗ୍ରାମ, ସୀତାମଢ଼ୀ, ଜନକପୁର, ବାରାଣସୀ, ପ୍ରୟାଗ, ଶୃଙ୍ଗପୁର, ଚିତ୍ରକୂଟ, ନାସିକ, ହମ୍ପୀ ଏବଂ ରାମେଶ୍ୱରମ ଆଦି ସ୍ଥାନକୁ ଯାତ୍ରା କରିବ ।

Comments