ରାଞ୍ôଚ,୨୦/୨ : ଭାରତକୁ ବିଶ୍ୱଗୁରୁ ବନାଇବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ର ଲକ୍ଷ୍ୟ ଅଟେ । ଏଥିପାଇଁ ଆରଏସ୍ଏସ୍କୁ ବ୍ୟାପକ ଓ ବିସ୍ତାରିତ କରାଯାଉଛି । ମାତ୍ର କେତେକ ଖଳ ପ୍ରକୃତିର ରାଜନେତା ଏବେ ଆର୍ଏସ୍ଏସ୍ର ଏହି ରାଷ୍ଟ୍ରବାଦକୁ କଦର୍ଥ କରି ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ଶାସକ ହିଟଲର ଓ ତାଙ୍କର ନାଜିବାଦ ବା ଫାସୀବାଦ ସହିତ ତୁଳନା କରୁଛନ୍ତି ବୋଲି ଝାରଖଣ୍ଡର ରାଜଧାନୀ ରାଞ୍ôଚରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସରସଂଘଚାଳକ ମୋହନ ଭାଗବତ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଥିଲେ ଯେ, କିଛି ବର୍ଷ ତଳେ ବ୍ରିଟେନ୍ରେ ମୋର କେତେକ ବୁଦ୍ଧିଜୀବୀଙ୍କ ସହିତ ସାକ୍ଷାତ କରିବାର ଥିଲା । ସେଥିପୂର୍ବରୁ ସେଠାରେ ମୁଁ ୪୦ରୁ ୫୦ ଜଣ ସଂଘ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲି । କାର୍ଯ୍ୟକର୍ତ୍ତାମାନେ ମୋତେ ସେଠାରେ ‘ରାଷ୍ଟ୍ରବାଦ’ ଶବ୍ଦର ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । କାରଣ ସେଠାରେ ମଧ୍ୟ ରାଷ୍ଟ୍ରବାଦର ଅର୍ଥ ଆମ ନେତାଙ୍କ କହିବାଭଳି ‘ହିଟଲର, ନାଜିବାଦ, ଫାସୀବାଦ’ ହୋଇସାରିଥିଲା । ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପକ ହିଂସାକାଣ୍ଡ ଘଟୁଥିଲାବେଳେ ଏବଂ ପରିବେଶ ଦୂଷିତ ହୋଇସାରିଥିଲାବେଳେ ମାନବଜାତିକୁ ଭାରତ ବର୍ଷର ଆବଶ୍ୟକତା ରହିଛି ବୋଲି ଶ୍ରୀ ଭାଗବତ କହିଥିଲେ । ମହାଭାରତର ଯୁଧିଷ୍ଠିତଙ୍କ ଅମଳରୁ ହିଁ ବିଶ୍ୱର ଅଭାବକୁ ପୂରଣ କରିବା ଭାରତର ସ୍ୱଭାବ ରହି ଆସିଛି ବୋଲି ସେ ମତବ୍ୟକ୍ତ କରିବା ସହ ଆଗାମୀ ଦିନରେ ଭାରତ ବିଶ୍ୱଗୁରୁ ଭାବେ ପ୍ରତିପାଦିତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

Comments
Post a Comment